www.samajalive.in
Saturday, December 6, 2025
16.1 C
Bhubaneswar

‘ସୁବିଦ୍ୟା’ରେ ୧୦ ଜିଲାର ଏସ୍‌ସି, ଏସ୍‌ଟି ହଷ୍ଟେଲ ସାମିଲ

ଭୁବନେଶ୍ୱର : ମିଶନ୍ ‘ସୁବିଦ୍ୟା’ ଅଧୀନରେ ୧୦ଟି ଜିଲାରେ ଥିବା ଏସ୍‌ସି, ଏସ୍‌ଟି ହଷ୍ଟେଲକୁ ସାମିଲ କରାଯାଇଛି। ହଷ୍ଟେଲ ଗୁଡ଼ିକରେ ପରିଚାଳନା ପଦ୍ଧତି, ପ୍ରକ୍ରିୟା ଓ ବ୍ୟବସ୍ଥାର ମାନ ନିର୍ଦ୍ଧାରଣ କରିବା ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ମୌଳିକ ସେବାରେ ଉନ୍ନତି ଆଣିବା ଏହି ମିଶନ୍‌ର ଲକ୍ଷ୍ୟ। ଏହି ମିଶନ୍‌ର ଅଂଶ ସ୍ବରୂପ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତଥା ନାବେଟ୍‌-କ୍ୟୁସିଆ ସହଭାଗିତାରେ ଏସ୍‌ସି, ଏସ୍‌ଟି ହଷ୍ଟେଲଗୁଡ଼ିକର ମାନ ନିର୍ଦ୍ଧାରଣ, ମୂଲ୍ୟାଙ୍କନ ଓ ବେଞ୍ଚମାର୍କ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଥିଲା। ମୁଖ୍ୟତଃ ପ୍ରଶାସନ ଓ ପରିଚାଳନା, ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନ, ସୁରକ୍ଷା ଓ ନିରାପତ୍ତା, ମାନବସମ୍ବଳ, ମୌଳିକ ସୁବିଧା ଓ ମନୋରଞ୍ଜନ ତଥା ଗୁଣାତ୍ମକ ମାନ ବୃଦ୍ଧି ଉପରେ ଆବାସିକ ହଷ୍ଟେଲର ମୂଲ୍ୟାଙ୍କନ ଆଧାରିତ ଥିଲା। ଏସବୁ ମାନଦଣ୍ଡ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଦତ୍ତ ସୁବିଧା, ପଦକ୍ଷେପ ଓ ଉପଲବ୍ଧ ବ୍ୟବସ୍ଥା ଆଧାରରେ ପ୍ରତ୍ୟେକ ହଷ୍ଟେଲକୁ ଚୂଡ଼ାନ୍ତ ମୂଲ୍ୟାଙ୍କନ ପ୍ରଦାନ କରାଯାଇଥିଲା। ନିର୍ଦିଷ୍ଟ ପ୍ରସ୍ତାବ ଅନୁସାରେ ଏସବୁ ହଷ୍ଟେଲକୁ ଆଇଏସ୍‌ଓ ମାନ୍ୟତା ହାସଲ ପାଇଁ ପ୍ରସ୍ତୁତ କରିବା ଏହି ମିଶନ୍‌ର ଅନ୍ତିମ। ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମିଶନ୍ ସୁବିଦ୍ୟାର ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁର ଜିଲାର ୨୪୬ଟି ଆବାସିକ ହଷ୍ଟେଲର ମୂଲ୍ୟାଙ୍କନ କରାଯାଇଥିଲା। ଏଥିରୁ କେନ୍ଦୁଝର ଜିଲାର ୧୫୬ଟି ଓ ସମ୍ବଲପୁର ଜିଲାର ୯୦ଟି ହଷ୍ଟେଲ ମଧ୍ୟରୁ ଯଥାକ୍ରମେ ୬୦ଟି ଓ ୧୨ଟି ହଷ୍ଟେଲକୁ ମନୋନୀତ କରାଯାଇଥିଲା। କୋଭିଡ୍‌-୧୯ ଲକ୍‌ଡାଉନ୍ ପୂର୍ବରୁ ୪୪ଟି ହଷ୍ଟେଲର ମୂଲ୍ୟାଙ୍କନ କରାଯାଇ ଆଇଏସ୍‌ଓ ମାନ୍ୟତା ପ୍ରଦାନ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ଜିଲାର ୧୨୮୩ ହଷ୍ଟେଲ୍‌ର ମୂଲ୍ୟାଙ୍କନ ପାଇଁ ଏଥିରେ ସାମିଲ କରାଯାଇଛି। ସ୍ମାର୍ଟ ଆଇଟି ବ୍ୟବସ୍ଥା ମାଧ୍ୟମରେ ଅକ୍ଟୋବର ୧୫ ତାରିଖରୁ ସିଧାସଳଖ ଅନ୍‌ଲାଇନ୍‌ରେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍‌ଲାଇନ୍‌ରେ ମନୋନିତ ହଷ୍ଟେଲଗୁଡ଼ିକ ସିଧାସଳଖ ଅନ୍‌ଲାଇନ୍‌ରେ ନିଜର ମୂଲ୍ୟାଙ୍କନ କରିବେ। ଏହି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇ ହଷ୍ଟେଲର ରିପୋର୍ଟ ଓ ସ୍କୋର ନାବେଟ୍‌ ଟିମ୍‌କୁ ପ୍ରଦାନ କରାଯିବ। ଏଥିସହ ନାବେଟ୍ ଟିମ୍ ଭର୍ଚୁଆଲ ଟୁର୍ କରି ହଷ୍ଟେଲର ପ୍ରସ୍ତୁତି ସମ୍ପର୍କରେ ଅନୁଧ୍ୟାନ କରିବେ। ହଷ୍ଟେଲଗୁଡ଼ିକ ଅନ୍‌ଲାଇନ୍‌ରେ ସେମାନଙ୍କ କାର୍ଯ୍ୟକଳାପର ରେକର୍ଡିଂ ଅପଲୋଡ୍ କରିବେ। ହଷ୍ଟେଲ୍‌ ଦ୍ବାରା ପ୍ରଦାନ କରାଯାଇଥିବା ମୂଲ୍ୟାଙ୍କନ ସ୍କୋର୍ ସହିତ ନାବେଟ୍ ଟିମ୍‌କୁ ଡକ୍ୟୁମେଣ୍ଟାରୀ ପ୍ରମାଣପତ୍ର ଅନ୍‌ଲାଇନ୍ ଯୋଗେ ଦେବା ପରେ ଅନ୍‌ସାଇଟ୍‌ ମୂଲ୍ୟାଙ୍କନ କରାଯିବ ବୋଲି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories