www.samajalive.in
Saturday, December 6, 2025
23.1 C
Bhubaneswar

ଶରତ କରଙ୍କ ପ୍ରତି ଅସମ୍ମାନ ଗ୍ରହଣୀୟ ନୁହେଁ : ବିଶ୍ୱଭୂଷଣ

ଚନ୍ଦ୍ରଶେଖରପୁର : ଓଡ଼ିଶାର ଯଶସ୍ୱୀ ଜନନେତା ଶ୍ରୀଜଗନ୍ନାଥଙ୍କ ପ୍ରବଚକ, ଭଞ୍ଜ ସାହିତ୍ୟର ଉପାସକ, ପୂର୍ବତନ ବାଚସ୍ପତି, ପୂର୍ବତନ ସାଂସଦ, ପୂର୍ବତନ ମନ୍ତ୍ରୀ ତଥା ଜଣେ ବିଚକ୍ଷଣ ରାଜନୀତିଜ୍ଞଙ୍କ ଅବର୍ତ୍ତମାନରେ ସମ୍ମାନ ଦେବାରେ ଯେଉଁଭଳି ଅବହେଳା କରାଗଲା ଏହା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ ବୋଲି ଏକ ରାଜ୍ୟସ୍ତରୀୟ ସ୍ମୃତିସଭାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଡ. ବିଶ୍ୱଭୂଷଣ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।
ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଜୁମ୍ ଭିଡ଼ିଓ ମାଧ୍ୟମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ରାଜ୍ୟପାଳ ଡ. ହରିଚନ୍ଦନ କହିଲେ ଯେ ଛାତ୍ର ଅବସ୍ଥାରୁ ସେ ନେତୃତ୍ୱ ନେବା ଓ ଭାଷଣ ଦେବାର କଳା ଶିଖି ଯାଇଥିଲେ। ସେତେବେଳ ସମୟରେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍.ଏ ପାସ୍ କରି ସମାଜସେବା ତଥା ରାଜନୀତିକୁ ଆଦରି ନେଇଥିଲେ ା ୧୯୭୫ ମସିହା ଜରୁରୀକାଳୀନ ପରସ୍ଥିତି ଓ ପରବର୍ତ୍ତୀ ସମୟରେ ସରକାରରେ ସାଙ୍ଗ ହୋଇ ମନ୍ତ୍ରୀ ହେବା ଭଳି ବହୁ ସ୍ମୃତି ରାଜ୍ୟପାଳ ରୋମନ୍ଥନ କରିଥିଲେ।
ଟ୍ରଷ୍ଟର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌ​‌େରାହିତ୍ୟରେ ଅନୁଷ୍ଠିତ ଏହି ଦୃଶ୍ୟଶ୍ରାବ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଲେ ଯେ, ଓଡ଼ିଶା ରାଜନୀତି, ଧର୍ମନୀତି, ସମାଜନୀତିରେ ସ୍ବର୍ଗତ କରଙ୍କର ଏକ ସ୍ୱାତନ୍ତ୍ର୍ୟ ଅଛି। ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ଓଡ଼ିଶାର ଜାତୀୟ ସଙ୍ଗୀତ ମାନ୍ୟତା ଦେବାରେ ତାଙ୍କର ଅବଦାନ ରହିଛି ା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ସ୍ୱର୍ଗତ କର ଏକାଧାରରେ ଜଣେ ରାଜନୀତିଜ୍ଞ, ଜଣେ ସାହିତ୍ୟିକ, ଜଣେ ଧର୍ମ ପ୍ରବଚକ, ବିଶେଷଭାବରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଜଣେ ସଂରକ୍ଷକ ଥିଲେ। ଶ୍ରଦ୍ଧାଞ୍ଜଳି ଜଣାଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ତାଙ୍କ ପୂର୍ବ ସ୍ମୃତିର ରୋମନ୍ଥନ କରି ଡ. ହରେକୃଷ୍ଣ ମହାତାବ ତାଙ୍କୁ କିଭଳି ଡ. କରଙ୍କ ସହ ପରିଚିତ କରାଇଥିଲେ, ସେ ବିଷୟରେ ଆଲୋକପାତ କରିଥିଲେ। ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଡ. କରଙ୍କ ରାଜନୀତି ସହ ଧର୍ମକୁ ସଂଯୋଗ କରି କାର୍ଯ୍ୟ କରିବାର ଅପୂର୍ବ କଳାର ଅବତାରଣା କରିଥିଲେ। କିସ୍‌ର ଉପଦେଷ୍ଟା ପ୍ରଫେସର ହରେକୃଷ୍ଣ ଶତପଥୀ ଭଞ୍ଜ ସାହିତ୍ୟ ଓ ଗଣକବି ବୈଷ୍ଣବ ପାଣିଙ୍କ ସାହିତ୍ୟକୁ ଜାତୀୟସ୍ତରରେ ପହଞ୍ଚାଇବାର ଚେଷ୍ଟାରେ ସେ ଥିଲେ ଆଦ୍ୟ ବ୍ୟକ୍ତିତ୍ୱ। ପୂର୍ବତନ ଆୟକର ମୁଖ୍ୟ କମିସନର ଏସ୍.ଏନ୍ ଭାର୍ଗବ ସ୍ୱର୍ଗତ କରଙ୍କ ଆହ୍ଲାହାବାଦ ବିଶ୍ୱବିଦ୍ୟାଳୟର ସହପାଠୀ ଥିବା ସମୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଟ୍ରଷ୍ଟର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ଡ଼ଃ ତପସ୍ୱିନୀ କରଙ୍କ ଦ୍ୱାରା ସମ୍ପାଦିତ ଇଂରାଜୀ ଓ ଓଡ଼ିଆରେ ଦୁଇଗୋଟି ଶ୍ରଦ୍ଧାଞ୍ଜଳି ପୁସ୍ତିକାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।
ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବେଦପାଠ ଓ ଡ. କରଙ୍କ ପୁତ୍ର ଶୋଭନ କର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଆର୍ଯ୍ୟଭବନଠାରେ ଏକ ବୈଦିକ ଶାନ୍ତି ଯଜ୍ଞ ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସଙ୍କ ଯଜମାନତ୍ୱରେ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ କରଙ୍କ ଅଗ୍ରଜ ପ୍ରଫେସର ରଜତ କର, ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି, ‘ସୁବାର୍ତ୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ଗୋବର୍ଦ୍ଧନ ପୀଠର ପ୍ରବକ୍ତା ମନୋଜ ରଥ, ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ପ୍ରଫେସର ଉପେନ୍ଦ୍ର ପାଢ଼ୀ, ଓକିଲ ଶିଳଭଦ୍ର ଶାସ୍ତ୍ରୀ, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ, ପ୍ରଫେସର ଯୁଧିଷ୍ଠିର ଖଟୁଆ, ସୀତାବଲ୍ଲଭ ମହାପାତ୍ର, ପ୍ରଫେସର ବିକାଶ ପଣ୍ଡା, ଡ. ସୌରେନ୍ଦ୍ର କୁମାର ମହାପାତ୍ର, ପ୍ରଫେସର ଜ୍ଞାନରଞ୍ଜନ ପଣ୍ଡା, ପ୍ରଫେସର ବୁଦ୍ଧଦେବ ମିଶ୍ର, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ମାହାଙ୍ଗାର ଭାବଗ୍ରାହୀ ରାଉତ, ରାମଚନ୍ଦ୍ର ବେହେରା ଓ ସ୍ୱାଧୀନବାଳା ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories