ପାଟଣା – କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ତଣ୍ଡ ଇଲାକା ଅନ୍ତର୍ଗତ ରୋହିଣୀ ଦୁମା ଗାଁ ନିକଟରେ ଏକ ଗୋଠ ଛଡା ଦନ୍ତା ବୁଲୁଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।ଗୋଠ ଛଡା ଦନ୍ତା ଟି ଘଟଗାଁ ବନାଞ୍ଚଳ ଇଲାକା ରୁ ଆସି ଚାଷ ଜମି ରେ ପଶି ଧାନ ଫସଲ ମାଡି ଚକଟି ନଷ୍ଟ କରୁଛି ।
ଗାଁ ନିକଟରେ ଦନ୍ତା ହାତୀ ବୁଲୁଥିବାରୁ ଆଖ ପାଖ ଗାଁ ବଣମହୁଲଡିହା,ପିଛୁଳାବେଡା, କାଳିଘାଇ ର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ର ଗତିବିଧି ଉପରେ ନଜର ରଖାଯାଇଛି।



