www.samajalive.in
Saturday, December 6, 2025
14.1 C
Bhubaneswar

ଜାମ୍ମୁ-କାଶ୍ମୀର ସାମ୍ବା ସୀମାରେ ସୁଡଙ୍ଗ : ଧରା ପଡିଲା ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର

 

ଶ୍ରୀନଗର : ପାକିସ୍ତାନର ଘୃଣ୍ୟ ଷଡଯନ୍ତ୍ର ପୁଣି ଧରା ପଡିଛି।  ଜାମ୍ମୁ-କାଶ୍ମୀର ସାମ୍ବା ସୀମାବର୍ତ୍ତି  ଗାଁରେ ପାକିସ୍ତାନ ପକ୍ଷରୁ ସୁଡଙ୍ଗ ତିଆରି କରାଯାଇଛି।ଜାମ୍ମୁ-କାଶ୍ମୀର ସାମ୍ବା ସୀମାବର୍ତ୍ତି  ଗାଁ ବୈନଗ୍ଲେଡ୍ ସୀମାରେ ଏକ ସୁଡଙ୍ଗର ସନ୍ଧାନ ମିଳିଛି।  ଉଚ୍ଚସ୍ତରୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିଏସଏଫ ଜେସିବି ମେସିନ ଦ୍ବାରା ଖୋଳିବା କାର୍ଯ୍ୟ ଆରମ୍ଭ କରିଛି। ସୀମାଠାରୁ ପଚାଶ ମିଟର ଦୂରରେ ଥିବା ଏହି ସୁଡଙ୍ଗରେ ପାକିସ୍ତାନରେ ତିଆରି ଅଖା ମିଳିଛି । ଯେଉଁଥିରେ ବାଲି ଭର୍ତ୍ତି କରାଯାଇଥିଲା। ସୂଚନାଯେଗ୍ୟ ଏହା ପୂର୍ବରୁ ମଧ୍ୟ ସୀମାବର୍ତ୍ତି ଅନେକ ଅଞ୍ଚଳରେ ସୁଡଙ୍ଗ ଦେଖିବାକୁ ମିଳିଛି।

- Advertisement -

ଜାମ୍ମୁରେ ଅବସ୍ଥାପିତ  ବିଏସଏଫ ଆଇଜି, ଏନଏସ ଜାମୱାଲ କହିଛନ୍ତି ଯେ ଆମେ ସାମ୍ବା ଅଞ୍ଚଳରେ ଏକ ସୁଡଙ୍ଗ ବିଷୟରେ ତଥ୍ୟ ସଂଗ୍ରହ କରୁଛୁ। ଏକ ସ୍ୱତନ୍ତ୍ର ଏହି ସୁଡଙ୍ଗ ବିଷୟରେ ସୂଚନା ପାଇଥିଲେ। ବାଲି ଅଖା ଦ୍ୱାରା ସୁଡଙ୍ଗର ମୁହଁ ବନ୍ଦ କରାଯାଇଥିଲା।

ପାକିସ୍ତାନରେ ଏହି ଅଖା​‌​‌ ତିଆରି ହେବାର ପ୍ରମାଣ ମିଳିଛି। ଯାହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଏହା ଫଛରେ ପାକିସ୍ତାନୀ ଷଡଯନ୍ତ୍ର ଅଛି। ଇଞ୍ଜିନିୟରିଂ କୌଶଳ ସହିତ ଏହି ସୁଡଙ୍ଗ ଖୋଳା ଯାଇଥିଲା। ତେବେ ପାକିସ୍ତାନୀ ରେଞ୍ଜର୍ସ ଏବଂ ଅନ୍ୟାନ୍ୟ ଏଜେନ୍ସିର ସହମତି ଏବଂ ଅନୁମୋଦନ ବିନା ଏଭଳି ଏକ ବିଶାଳ ସୁଡଙ୍ଗ ନିର୍ମାଣ ହୋଇପାରିବ ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories