www.samajalive.in
Friday, December 5, 2025
20.1 C
Bhubaneswar

ମନମୁଣ୍ଡାଠାରେ ତେଲନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ମଞ୍ଜୁରୀ ନେଇ ବିଧାୟକ ମିଥ୍ୟା କହୁଛନ୍ତି: ବିଜେପି

ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ୨୨୪ ନମ୍ବର ଜାତୀୟ ରାଜପଥରେ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲାକୁ ସଂଯୋଗ କରୁଥିବା ମନମୁଣ୍ଡା ଠାରେ ଦ୍ୱତୀୟ ସେତୁ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇସାରିଥିବା ନେଇ କଣ୍ଟାମାଳ ବିଧାୟକ ମହୀଧର ରଣା ସୂଚନା ଦେଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ପକ୍ଷରୁ ବିଧାୟକ ଶ୍ରୀ ରଣା ଲୋକଙ୍କୁ ମିଛ କହୁଥିବା ନେଇ ଅଭିଯୋଗ କରାଯାଇଛି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୌଦ୍ଧଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଓମ ପ୍ରକାଶ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମିଥ୍ୟା ସୌଦାଗର ପାଲଟିଥିବା ମୁଖ୍ୟମନ୍ତ୍ରୀଙ୍କ ସରକାରର କଣ୍ଟାମାଳ ବିଧାୟକ ଶ୍ରୀ ରଣା ଶସ୍ତା ଲୋକପ୍ରିୟତା ହାସଲ ଲକ୍ଷରେ ତାଙ୍କରି ପ୍ରଚେଷ୍ଟାରେ ମନମୁଣ୍ଡାଠାରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଂଜୁର ହୋଇସାରିଥିବା ଓ ଏଆରଏସଏସ ନାମକ ଠିକା ସଂସ୍ଥାକୁ ସେତୁ ନିର୍ମାଣ ପାଇଁ ଆଦେଶ ପ୍ରଦାନ କରାଯାଇଥିବା ନେଇ ମିଥ୍ୟା ପ୍ରଚାର ଆରମ୍ଭ କରିଛନ୍ତି। ଏନେଇ ବିଜେପି ପକ୍ଷରୁ ବୌଦ୍ଧ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ସମ୍ବଲପୁର ଓ ବଲାଙ୍ଗୀରଙ୍କ କାର୍ୟ୍ୟାଳୟରୁ ତଥ୍ୟ ସଂଗ୍ରହ କରାଯିବା ପରେ ବିଧାୟକଙ୍କ ସେତୁ ନିର୍ମାଣ ନେଇ ମିଥ୍ୟା ପ୍ରଚାର ଧରାପଡିଥିଲା। ଉକ୍ତ ରାସ୍ତା ଜାତୀୟ ରାଜପଥ ବିଭାଗ ଅଧିନରେ ଆସୁଥିବାବେଳେ ସେତୁ ନିର୍ମାଣ ନେଇ କୌଣସି ଯୋଜନା ହୋଇନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଯଦି ବିଧାୟକ ଶ୍ରୀ ରଣାଙ୍କ ନିକଟରେ ସେତୁ ନିର୍ମାଣ ନେଇ ତଥ୍ୟ ରହିଛି ମନମୁଣ୍ଡାଠାରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ସେ କେଉଁ ଅଧିକାରୀଙ୍କୁ କେବେ ଚିଠି ଲେଖିଥିଲେ, ସେତୁ ନିର୍ମାଣ ପାଇଁ କେବେ ସର୍ଭେ ହୋଇଥିଲା,କେବେ ପ୍ରକଳ୍ପ ଯୋଜନା ପ୍ରସ୍ତୁତ ହୋଇ ସରକାରଙ୍କ ଦ୍ୱାରା ପ୍ରଶାସନିକ ଅନୁମୋଦନ ଲାଭ କରିଛି ଦୟାକରି ଲୋକମାନଙ୍କୁ ଜଣାନ୍ତୁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି। ଏଥିସହିତ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ଓ ମଂଜୁରୀ ହୋଇନଥିବାବେଳେ ନିର୍ଦ୍ଦିଷ୍ଟ ଏକ ଠିକା ସଂସ୍ଥା ଦ୍ୱାରା ଏହି କାର୍ୟ୍ୟ ହେବ ବୋଲି ବିଧାୟକ ଦେଇଥିବା ବିବୃତ୍ତି କୁ ନେଇ ବିଜେପି ପ୍ରଶ୍ନ ଉଠାଇବା ସହିତ ଉକ୍ତ ଠିକା ସଂସ୍ଥାର ସ୍ୱାର୍ଥ ସହିତ ବିଧାୟକଙ୍କ କଣ ଭିତିରି ବୁଝାମଣା ରହିଛି ତାହା ମଧ୍ୟ ଜନସାଧାରଣଙ୍କୁ ଅବଗତ କରାନ୍ତୁ ବୋଲି ବିଜେପି ଦାବି କରିଛି। ସେତୁ ନିର୍ମାଣ ନେଇ ବିଧାୟକ ଶ୍ରୀରଣା ମିଥ୍ୟା ପ୍ରଚାର କରିଥିବାରୁ ଜନସାଧାରଣଙ୍କୁ କ୍ଷମା ମାଗନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଦାବି କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories