www.samajalive.in
Saturday, December 6, 2025
17.1 C
Bhubaneswar

ମହାନଦୀରେ ବନ୍ୟା ଯୋଗୁ ବ୍ୟାପକ ଫସଲ ନଷ୍ଟ 

ବୌଦ୍ଧ: ମହାନଦୀରେ ବନ୍ୟା ଯୋଗୁଁ ବୌଦ୍ଧଜିଲାର ମନମୁ୍‍ଣ୍ଡା ଠାରୁ ହରଭଙ୍ଗା ପର୍ୟ୍ୟନ୍ତ ନଦୀ କୂଳିଆ ଅଞ୍ଚଳ ଗୁଡିକରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି। ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଅନେକ ସ୍ଥାନରେ ନାଳ ଓ ତଳିଆ ଜମି ଗୁଡିକରୁ ବର୍ଷାଜଳ ନିଷ୍କାସନ ହୋଇନପାରି ହେକ୍ଟର ହେକ୍ଟର ଧାନ ଜବି ଜଳାର୍ଣ୍ଣବ ହୋଇଛି। ଏହାବ୍ୟତୀତ ମହାନଦୀର ବନ୍ୟାଜଳ କୂଳ ଲଂଘି ସମତଳ ଅଞ୍ଚଳରେ ବ୍ୟାପକ ଜମିରେ ମାଡି ରହିଛି। ଜିଲାରେ ଲଘୁଚାପ ବର୍ଷା ବନ୍ଦ ହୋଇଥିଲେ ମଧ୍ୟ ଜମି ଗୁଡିକରେ ଏଯାଏ ବର୍ଷାଜଳ ଜମି ରହିଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଇଚାଲିଥିବାରୁ ଦୀର୍ଘ ଚାରିଦିନ ହେଲା ଧାନ ଫସଲ ହୋଇଥିବା ଜମି ଗୁଡିକରୁ ଜଳ ନିଷ୍କାସନ ହୋଇପାରୁନଥିବା ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବୌଦ୍ଧ ବ୍ଳକର ବାଉଁଶୁଣୀ, ବହିରା, ସାହାଜପାଲ, ତେଲିବନ୍ଧ, ଲକ୍ଷ୍ମୀପ୍ରସାଦ, ଖୁଣ୍ଟବନ୍ଧ, ମୁରୁଷୁଣ୍ଢି, ସରସରା, ମଥୁରା, ସାମ୍ପୋଚ, ରାମଗଡ, ଧଳପୁର, ସଙ୍କୁଲୋଇ, ହରଭଙ୍ଗା ଆଦି ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମିରେ ପାଣି ମାଡି ରହିଛି। ବୌଦ୍ଧରୁ ଜଗନ୍ନାଥ ସଡକରେ ହରଭଙ୍ଗା ପର୍ୟ୍ୟନ୍ତ ଯୋଗାଯୋଗ ବିଛିନ୍ନ ହୋଇଥିବାବେଳେ ହରେକୃଷ୍ଣପୁରଠାରେ ବଲାଟନାଳ ଉପରେ ୧୦ ଫୁଟ ପାଣି ଚାଲୁଛି। ସେହିପରି ହାଟଗାଁ ନିକଟରେ ମଧ୍ୟ ବନ୍ୟାଜଳ ଜଗନ୍ନାଥ ସଡକ ଉପରେ ଚାଲୁଥିବା ଜଣାଯାଇଛି। ସୂଚନା ମୁତାବକ ବୌଦ୍ଧଜିଲାରେ ମହାନଦୀ ବିପଦ ସଙ୍କେତ ଉପରେ ୮୭.୯୩ ମିଟର ରେ ଚାଲୁଅଛି। ସହରର ତଳି ଅଞ୍ଚଳ ଗୁଡିକରେ ମହାନଦୀ ଜଳ ପ୍ରବେଶ କରିଥିବାବେଳେ ଅନେକ ଲୋକ ଘରଛାଡି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ରାମଜାଙ୍ଗୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହିତ ମୁଖ୍ୟସଡକ ଉପରେ ପାଣି ଚାଲୁଅଛି। ସେହିପରି ସହରର ନୂଆସାହି ବଡପୋଲ ନିକଟରେ ନଦୀଜଳ ତୁଡାମାରି କଲେଜ ପାଖାପାଖି ମାଡି ରହିଛି। ସହରର ଉପରମୁଣ୍ଡରେ ମହାନଦୀ କୂଳ ଲଂଘି ମୁରୁଷୁଣ୍ଢି ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମିରେ ମାଡି ରହିବା ସହିତ ମତ୍ସ୍ୟବିଭାଗ କାର୍ୟ୍ୟାଳୟ ସମ୍ମୁଖ ରାସ୍ତା ପର୍ୟ୍ୟନ୍ତ ମାଡି ରହିଛି। ତେବେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯିବା ସହିତ ତଳି ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ କିମ୍ବା ଉଚ୍ଚ ସ୍ଥାନକୁ ଚାଲିଆସିବାକୁ ପରାମର୍ଶ ଦିଆଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories