www.samajalive.in
Saturday, December 6, 2025
26.1 C
Bhubaneswar

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ପ୍ରସଙ୍ଗ : ସାକ୍ଷୀ ହେଲେ ଅଭିଯୁକ୍ତ

ସୁନ୍ଦରଗଡ଼ : ବେଶ କିଛି ଦିନର ବ୍ୟବଧାନ ପରେ ଚର୍ଚ୍ଚିତ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ କ୍ରାଇମବ୍ରାଞ୍ଚ ଆଜି ହୋମଗାର୍ଡ଼ଙ୍କୁ ଗିରଫ କରି ସ୍ୱତନ୍ତ୍ର ପକସୋ ଅଦାଲତରେ ହାଜର କରାଇଛନ୍ତି। ପକ୍‍ସୋ ଅଦାଲତ ଦାୟିତ୍ୱରେ ଥିବା ଭିଜିଲାନ୍ସ ଜଜ୍‍ ଗିରଫ ହୋମଗାର୍ଡ଼ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତ କିଛିଦିନ ତଳେ ପକସୋ ଅଦାଲତର ନିର୍ଦ୍ଦେଶରେ ଅଭିଯୁକ୍ତଙ୍କ ଚିହ୍ନଟ ପ୍ରକ୍ରିୟା (ଟି.ଆଇ ପ୍ୟାରେଟ) ଅନୁଷ୍ଠିତ ହୋଇଥିଲା।

ସୂଚନା ଯୋଗ୍ୟ, ପୂର୍ବରୁ ନାବାଳିକା ପୀଡ଼ିତା ଥାନା ବାବୁ ସମେତ ଥାନାର ଅନ୍ୟଜଣେ କର୍ମଚାରୀ ତାଙ୍କ ସହ ଦୁଷ୍କର୍ମ କରିଥିଲା ବୋଲି ଏତଲାରେ ଦର୍ଶାଯାଇଥିଲା ହେଲେ ଏତଲାରେ ଥିବା ଅନ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ଉପରେ କ୍ରାଇମବ୍ରାଞ୍ଚ ଏତେଟା ଗୁରୁତ୍ୱ ଦେଇନଥିବା ବେଳେ ଚିହ୍ନଟ ପ୍ରକ୍ରିୟାରେ ଗିରଫ ହୋମଗାର୍ଡ଼ ଜଣକ ନାବାଳିକାଙ୍କ ଦ୍ୱାରା ଚିହ୍ନଟ ହେବାରୁ ଆଇନ ଅନୁଯାୟୀ ତାଙ୍କୁ ଗିରଫ କରାଯାଇ ପକସୋ ଅଦାଲତରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବାର ୬୦ଦିନ ପୁରିଯାଇଥିବାରୁ ବହିଷ୍କୃତ ତଥା ବିଚାର ବିଭାଗୀୟ ହାଜତରେ ଅଟକ ଥିବା ଇନ୍ସପେକ୍ଟର ଆନନ୍ଦ ମାଝୀଙ୍କ ବିରୁଧରେ ଅଭିଯୋଗ ପତ୍ର କୋର୍ଟରେ ଦାଖଲ କରିଛନ୍ତି ହେଲେ ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ଅଦାଲତକୁ ଜଣାଇଦେଇଛନ୍ତି। ଗିରଫ ହୋମଗାର୍ଡ଼ ଗୁରୁଚରଣ ପାରିକର ପୂର୍ବରୁ ମାମଲାର ସାକ୍ଷୀ ହୋଇଥିବାରୁ ଏବେ ପୁଣି ତାଙ୍କୁ ଅଭିଯୁକ୍ତ କରି କୋର୍ଟରେ ହାଜର କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories