www.samajalive.in
Sunday, December 14, 2025
19.1 C
Bhubaneswar

ଭଣ୍ଡରଙ୍ଗି ଗ୍ରାମବାସୀଙ୍କୁ ଘାରିଛି ମାଓବାଦୀ ଭୟ, ରାତିରେ ମେଳିବାନ୍ଧି ପହରା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତରର୍ଗତ ଭଣ୍ଡରଙ୍ଗି ପଞ୍ଚାୟତରେ ମାଓ ତାଣ୍ଡବ ପରେ ଲୋକଙ୍କ ମନରୁ ନିଦ ହଜି ଯାଇଛି। ଆଜି ପର୍ଯ୍ୟନ୍ତ ଏହି ପଞ୍ଚାୟତର ଭଣ୍ଡରଙ୍ଗିରେ ଭୟାତୁର ପରିବେଶ ଲାଗି ରହିଛି। କୌଣସି ପରିସ୍ଥିତିକୁ ମଧ୍ୟ ସାମନା କରିବା ପାଇଁ ଭୟଭୀତ ଗ୍ରାମବାସୀ ରାତି ହେଲେ ଗୋଟିଏ ଘରେ ରହି ରାତ୍ରି ଯାପନ କରୁଛନ୍ତି। ଏପରିକି ପାଖରେ ଠେଙ୍ଗାବାଡି ଧରି କେତେକ ପହରା ମଧ୍ୟ ଦେଉଛନ୍ତି।

ଗତ ଜାନୁଆରୀ ମାସ ୨୯ ତାରିଖରେ ବାଶଧାରା ଘୁମସର ନାଗାବଳି ଡିଭିଜନର ୨୫ ରୁ ୩୦ ସଶସ୍ତ୍ର ମାଓବାଦୀ ପୁଲିସ ସୂଚନାଦାତା ଆରୋପରେ ଭଣ୍ଡରଙ୍ଗି ପଞ୍ଚାୟତ ଗୋଛାଗୁଡା ଗ୍ରାମର ହେମନ୍ତ ପାତ୍ର ଓ ଭଣ୍ଡରଙ୍ଗିର ଭବାନୀ ଶଙ୍କର ପାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହା ପରେ ଲଙ୍କାଗଡ ପଞ୍ଚାୟତର ସିର୍କି ଏବଂ ଗୁମୁ ଗ୍ରାମର ଦେବେନ୍ଦ୍ର ମାଝି ଓ ଗୋବିନ୍ଦ ମାଝିଙ୍କୁ ଉଠାଇ ନେଇ ୪୮ଘଣ୍ଟା ପରେ ଚେତାବନୀ ଦେଇ ଛାଡିଥିଲେ। ଏହାପରେ ଗତ ୩ତାରିଖରେ ଭବାନୀଶଙ୍କର ପାତ୍ରଙ୍କ ହତ୍ୟାର ପ୍ରତ୍ୟକ୍ଷଦର୍ଶୀ ତଥା ସମ୍ପର୍କୀୟ ଭାଇ ଭଣ୍ଡରଙ୍ଗି ଗ୍ରାମର ଜଣେ ନାବାଳକ ମାଓବାଦୀଙ୍କ ଠାରୁ ଧମକଚମକ ପାଇ ଭୟଭୀତ ହୋଇପଡିଥିଲେ। ଗ୍ରାମକୁ ଫେରିବା ପରେ ସେହିଦିନଠାରୁ ସେ ନିଜ ମାନସିକ ସନ୍ତୁଳନ ହରାଇ ବସିଥିଲେ। ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ବାପା ଏବଂ ଭଣ୍ଡରଙ୍ଗି ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥଳେ ବେଲଘର ପୁଲିସ, ସିଆର୍‍ପିଏଫ୍‍ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ଘଟିବାର ୮ଦିନ ବିତିଯାଇଥିଲେ ମଧ୍ୟ ଉକ୍ତ ଅଞ୍ଚଳକୁ ଯାଇନାହଁାନ୍ତି। ଅଞ୍ଚଳବାସୀ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ରହିଛନ୍ତି। ଆଜି ମୃତ ନାବାଳକ ୩ଦିନଆ ରୀତିନୀତିରେ ଆଦିବାସୀ ପରମ୍ପରାରେ ପାଳନ କରାଯାଇଛି। ଏହି ପ୍ରତିନିଧିଙ୍କୁ ଦେଖି ଭଣ୍ଡରଙ୍ଗି ଗ୍ରାମବାସୀ ସାମାନ୍ୟ ଆଶ୍ୱସ୍ତ ପ୍ରକଟ କରିବା ସହ ବଖାଣିଥିଲେ ସେମାନଙ୍କ ଦୁଃଖ, ଅସନ୍ତୋଷ ଏବଂ କ୍ଷୋଭ। ଭଣ୍ଡରଙ୍ଗି ସରପଞ୍ଚ ଦ୍ରୌପତି ପାତ୍ର , ସ୍ବାମୀ ଭବସିନ୍ଧୁ ପାତ୍ର ଏବଂ ଝିଅ ଗ୍ରାମଛାଡି କେଉଁ ଆଡେ ଚାଲି ଯାଇଛନ୍ତି। ମାଓବାଦୀମାନେ ପୁଅ ଭବାନୀଙ୍କୁ ହତ୍ୟା କରିବା ପରେ ପରିବାର ଲୋକେ ଆତ୍ମଗୋପନ କରିଥିବା ଗ୍ରାମବାସୀ କହିଛନ୍ତି। ବାରମ୍ବାର ଆମକୁ ମାଓବାଦୀଙ୍କ ପକ୍ଷରୁ ଧମକ ମିଳୁଛି। ସେମାନେ ଗଁାରୁ ନେଇଥିବା୫ଟି ମୋବାଇଲ୍‍ ଫୋନ ଫେରାଇବାକୁ ଆଜି ରାତିରେ ଆସିବେ ବୋଲି ମାଓବାଦୀ କହିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ମାଓବାଦୀ ଗଁାକୁ ଆସୁଥିବା ଖବର ପାଇ ଆମେ ଭୟଭୀତ ହୋଇପଡିଛୁ ବୋଲି କହିଛନ୍ତି। ରାତି ହେଲେ ଆବାଳ ବୃଦ୍ଧବନିତା ନିଜ ନିଜ ଘରେ ତାଲା ଠୁଙ୍କି ଜଣକ ଘରେ ନିଜ ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଧରି ରାତ୍ରିଯାପନ କରୁଛନ୍ତି ବୋଲି ଭଣ୍ଡରଙ୍ଗି ଗ୍ରାମବାସୀ କହିଛନ୍ତି। ଏପରିକି ଦିନବେଳା ମଧ୍ୟ ଲୋକେ ମୂଲ ଲାଗିବାକୁ ମଧ୍ୟ ବାହାରକୁ ଯାଉ ନାହଁାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ବି ମହିଳାମାନେ ବଣକୁ ଯାଉ ନାହାଁନ୍ତି। ପଞ୍ଚାୟତରେ ପଡି ଚାଉଳ ମହଯୁଦ ରହିଛି। କିନ୍ତୁ ମାଓ ଭୟରେ ବଣ୍ଟା ଯାଉନି। କେଦୈନିନ୍ଦିନ ଜୀବନ ପୂର୍ବପରି ସ୍ୱାଭାବିକ ହେବ ଏବଂ ସୁରକ୍ଷା ପାଇଁ ପୁଲିସ ପ୍ରଶାସନ କେବେ ସେମାନଙ୍କ ଗଁାକୁ ଆସିବେ ବୋଲି ପ୍ରଶ୍ନ କରିଛନ୍ତି ଗାଁବାସୀ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories