www.samajalive.in
Monday, December 15, 2025
15.1 C
Bhubaneswar

୧୩ରେ ଦାରୁବ୍ରହ୍ମଙ୍କ ପଦ୍ମବେଶ

ପୁରୀ: ମାଘ ଶୁକ୍ଳ ଦ୍ବିତୀୟା ତିଥିରେ ଆଗାମୀ ୧୩ତାରିଖ ଦିନ ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପଦ୍ମବେଶ କରାଯିବ। ଏଥିପାଇଁ ବଡ଼ଛତା ମଠ ପକ୍ଷରୁ ପଦ୍ମବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଏହାଛଡା ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାଶ ଶ୍ରୀଜୀଉଙ୍କର ଏହି ଆକର୍ଷଣୀୟ ବେଶପାଇଁ ପଦ୍ମଫୁଲ ଯୋଗାଇବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନକୁ ସେ ଲିଖିତ ଭାବେ ଜଣାଇଛନ୍ତି। ଗବେଷକଙ୍କ ମତ ଅନୁଯାୟୀ ଦଶମ ଶତାବ୍ଦୀରୁ ଦାରୁବ୍ରହ୍ମଙ୍କୁ ପଦ୍ମବେଶ କରାଯାଇ ଆସୁଛି। ପାରମ୍ପରିକ ସୋଲ କାରିଗରମାନେ ସୋଲ, ଜରି, କଦଳୀପଟ,କନା, କଇଁଥ ଅଠା ଏବଂ ରଙ୍ଗ ମାଧ୍ୟମରେ ପଦ୍ମପାଖୁଡା ପ୍ରସ୍ତୁତ କରୁଛନ୍ତି। ଏହାଛଡା ସେଦିନ ଶ୍ରୀଜୀଉଙ୍କୁ ପଦ୍ମପଟି ମୁଖା, ଚୂଳ ଏବଂ କିରିଟ ଲାଗି କରାଯିବ। ମହାପ୍ରଭୁ ଶ୍ରୀହସ୍ତରେ କଦମ୍ବଫୁଲର କରପଲ୍ଲବ ଧାରଣ କରିବେ। ବଡ଼ସିଂହାର ବେଶରେ ପ୍ରଭୁଙ୍କୁ ପଦ୍ମବେଶ କରାଯିବା ବିଧି ରହିଛି। ଏହି ତିଥିରେ ପ୍ରଭୁଙ୍କୁ ଖିରି ଏବଂ ଅମାଲୁ ଭୋଗ କରାଯିବ। ମନୋହର ଦାସ ନାମକ ଜଣେ ସାଧୁ ପ୍ରଥମେ ଶ୍ରୀଜୀଉଙ୍କୁ ପଦ୍ମବେଶ କରିଥିବା କୁହାଯାଉଛି। ସଂସ୍କୃତ ଶିକ୍ଷକ ଶ୍ରୀ ଦାଶ ୨୦୧୧ ମସିହାଠାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପଦ୍ମଫୁଲ ସଂଗ୍ରହ କରି ଶ୍ରୀଜୀଉଙ୍କ ବେଶପାଇଁ ଯୋଗାଇ ଆସୁଛନ୍ତି। ଦାରୁବ୍ରହ୍ମଙ୍କ ଆକର୍ଷଣୀୟ ବେଶ ଗୁଡିକ ମଧ୍ୟରେ ପଦ୍ମବେଶ ଅନ୍ୟତମ। ତେଣୁ ମନ୍ଦିର ପ୍ରଶାସନ ସମେତ ବଡ଼ଛତା ମଠ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories