ମଙ୍ଗଳବାର

0

ମେଷ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବା ପ୍ରତି ମନ ବଳାଇବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀଙ୍କ କଥାରେ ପରିଚାଳିତ ହେବେ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଚକ୍ଷୁପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବ।
ମିଥୁନ: ମାନସିକ ସ୍ତରରେ ଦୃଢ଼ ହୋଇପାରନ୍ତି। ଶତ୍ରୁ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
କର୍କଟ: ଅଟକି ଥିବା କାର୍ଯ୍ୟକୁ ଅଗ୍ରଗତି କରାଇପାରନ୍ତି। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମକୁ ଅଗ୍ରାଧିକାର ଦେବେ। ଶୋଭନ ବ୍ୟକ୍ତିତ୍ୱ ଅଧିକ ବିକଶିତ ହେବ। ସୁଖୀ ହେବେ। ଜଳ ପ୍ରତି ଆଦର ପ୍ରେମୀ ଓ କୃଷି କର୍ମକାରୀ ହେବେ।
ସିଂହ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ।
କନ୍ୟା: ନୂତନ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି। ଏଥି ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିବ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ।
ତୁଳା: ଆଶାବାଦୀ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ବଳଶାଳୀ ହେବେ। ଐଶ୍ୱର୍ଯ୍ୟ ଯୁକ୍ତ ହୋଇପାରନ୍ତି। ବ୍ୟବସାୟ ପାଇଁ ମନ ବଳାଇବେ। ମାଲିମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିପାରନ୍ତି। ଉତ୍ତମ ଭୋଜନ ମିଳିବ। ସୁସ୍ଥ ରହିବେ।
ବିଛା: ପାରିବାରିକ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ସୁଖ ସମ୍ମାନ ଲାଭ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ସ୍ନେହପୂର୍ଣ୍ଣ ବାକ୍ୟ ବ୍ୟବହାର କରି ପରକୁ ଆପଣାର କରିବେ।
ଧନୁ: ଆର୍ଥିକ ସମସ୍ୟା ଘେନି ଲାଗି ରହିଥିବା କନ୍ଦଳର ପରିସମାପ୍ତି ଘଟିବ। ବିଭାଗୀୟ ତରଫରୁ ଅର୍ଥ ପ୍ରାପ୍ତି ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ଲୋକ ସଂପର୍କ ଅଧିକତର ହୋଇପାରେ। କରିତ୍‍କର୍ମା ଓ ଚଞ୍ଚଳ ଚେଷ୍ଟିତ ହେବେ।
ମକର: ଭ୍ରମଣ ଜନିତ ସୁଖ ମିଳିବ। ବିଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବଂଶର ମାନ ସମ୍ମାନ ରକ୍ଷା କରିବାରେ ପାରଙ୍ଗମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବ ସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖ ମିଳିବ।
କୁମ୍ଭ: ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ପ୍ରବଳ ଭାଗ୍ୟଶାଳୀ ହେବେ। ଧର୍ମାତ୍ମା, ପ୍ରବାସପ୍ରିୟ ଓ ବିଦ୍ୱାନ ହେବେ। ସାହସୀ ହେବେ। ଉଦ୍ୟୋଗୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ।
ମୀନ: ମନ ଫୂର୍ତ୍ତି ରହିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଈର୍ଷା ପରିତ୍ୟାଗ କଲେ ସଫଳତା ମିଳିବ ଓ ଜନପ୍ରିୟ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ସତର୍କ ରହିବେ।

Leave A Reply