www.samajalive.in
Monday, December 15, 2025
14.1 C
Bhubaneswar

ଗଣମାଧ୍ୟମର ପ୍ରଭାବ : ଡ଼ଙ୍ଗାଡିହା ବଙ୍ଗାଳି ସାହିରେ ଖୋଳାହେଲା ନଳକୂପ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ଡ଼ଙ୍ଗାଡିହା ଗ୍ରାମର ବଙ୍ଗାଳି ସାହିରେ ଦୀର୍ଘ ଦିନର ଦାବି ଓ ଗଣମାଧ୍ୟମର ପ୍ରଭାବ ଫଳରେ ସୋମବାର ନଳକୂପ ଖୋଲାଯାଇଛି । ମଙ୍ଗଳବାର ଆଉ ଗୋଟିଏ ନଳକୂପ ଖୋଲାଯିବ ବୋଲି ସରପଞ୍ଚ ବିକ୍ରମ ହୋ ସୂଚନା ଦେଇଛନ୍ତି।
ଡ଼ଙ୍ଗାଡିହା ଗ୍ରାମ ମଧ୍ୟ ଦେଇ ବହିଯାଇଛି ଶାଳନ୍ଦୀ ନଦୀ। ନଦୀର ଉପର ଭାଗରେ ରହିଛି ୩ ଟି ସାହି । ବଙ୍ଗାଳି ସାହି, ଘୁଟୁ ସାହି ଓ ବୁରୁ ସାହି। ୩ ସାହିରେ ରହନ୍ତି ୧୧୦ଟି ପରିବାରର ୭୦୦ରୁ ଅଧିକ ଲୋକ ବସବାସ କରନ୍ତି। ବର୍ଷା ଦିନେ ମୁଖ୍ୟ ସଡ଼କ କିମ୍ବା ଗାଁ ସହିତ ସମ୍ପର୍କ ବିଛିନ୍ନ ହୋଇଯାଏ । ବର୍ଷା କମିଲେ ନଦୀ ଉପରେ ଖୁଣ୍ଟ ପୋତି ବାଉଁଶ ପୋଲ ତିଆରି କରନ୍ତି ଲୋକେ । ତା ଉପରେ ବିପଦଜନକ ଅବସ୍ଥାରେ ଲୋକେ ଯିବା ଆସିବା କରନ୍ତି। ପାନୀୟ ଜଳ ସମସ୍ୟା କହିଲେ ନସରେ। ଲୋକେ ନଦୀ ପାଣିକୁ ମଧ୍ୟ ବ୍ୟବହାର କରନ୍ତି  ।
ଅନେକ ଥର ଦାବି କରିଛନ୍ତି । ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି। ମାତ୍ର ସମସ୍ୟା ସୁଧୁରୁ ନଥିଲା। ଗଣମାଧ୍ୟମ ବାରମ୍ବାର ଏ ନେଇ ସରକାରଙ୍କ ଦୃଷ୍ଟିକୁ ଆଣିବା ପରେ ଆଜି ବଙ୍ଗାଳି ସାହିରେ ନଳକୂପ ଖୋଲାଯାଇଛି। ଏଥିରେ ସ୍ଥାନୀୟ ଲୋକ ଖୁବ ଖୁସି ପ୍ରକାଶ କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ବିକ୍ରମ ପିଙ୍ଗୁଆ ଲୋକଙ୍କୁ ପାନୀୟ ଜଳ ସୁବିଧା ପାଇଁ ପ୍ରତିଶୃତି ଦେଇଥିଲେ। ସେ ମଧ୍ୟ ଜିତିଲା ପରେ ପ୍ରଥମେ ବଙ୍ଗାଳି ସାହି ପାଇଁ ନଳକୂପ ଉପରେ ଗୁରୁତ୍ବ ଦେଇଥିଲେ। ସମିତି ସଭ୍ୟା ସରୋଜିନୀ ମଧ୍ୟ ପ୍ରତିଶୃତି ଦେଇଥିଲେ । ଯୋଗକୁ ସେ ଏବେ ବ୍ଲକ ଅଧ୍ୟକ୍ଷା। ତେଣୁ ପାନୀୟ ଜଳ ସମସ୍ୟାର ଚାପ ତାଙ୍କ ଉପରେ ମଧ୍ୟ ଥିଲା।
ତେବେ ନଳକୂପ ଗାଡି ପହଞ୍ଚିବା ପରେ ଗାଁ ଲୋକମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଗଣମାଧ୍ୟମର ଲଗାତାର ଉଦ୍ୟମ ଏବଂ ନୂତନ ସରପଞ୍ଚ , ବ୍ଲକ ଅଧ୍ୟକ୍ଷା ଓ ପ୍ରଶାସନ ଏହାକୁ ଗୁରୁତର ସହ ନେଇ ସମାଧାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories