www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରମ୍ପ ଏବଂ ପୁଟିନ ୨.୫ଘଣ୍ଟା ଧରି କଣ କଲେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ଅଢେଇ ଘଣ୍ଟା ଧରି ଫୋନରେ ଆଲୋଚନା ହୋଇଛି । ଦୁଇ ରାଷ୍ଟ୍ରମୁଖ୍ୟ ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ, ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଣ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ସମେତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ । ପୁଟିନ୍‍ ଗାଜା ଶାନ୍ତି ଚୁକ୍ତିନାମା ପାଇଁ ଟ୍ରମ୍ପଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ଫୋନ୍‍ କଲ୍‍ ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ପୋଷ୍ଟରେ ପୁଟିନଙ୍କ ସହ ତାଙ୍କର କଥାବାର୍ତ୍ତା ସେୟାର କରିଥିଲେ ।

ଟ୍ରମ୍ପ କହିଛନ୍ତି ଯେ ସେ ରାଷ୍ଟ୍ରପତି ପୁଟିନଙ୍କ ସହ ଏକ ଫୋନ୍‍ କଲ୍‍ ରେ ୟୁକ୍ରେନ୍‍ ସହ ଯୁଦ୍ଧ ସମାପ୍ତ ବିଷୟରେ ଆଲୋଚନା କରିଛନ୍ତି । ପୁଟିନ ଯୁଦ୍ଧର ବର୍ତ୍ତମାନ ସ୍ଥିତି ବ୍ୟାଖ୍ୟା କରିଛନ୍ତି ଏବଂ ଚତାବନୀ ଦେଇଛନ୍ତି ଯେ ୟୁକ୍ରେନକୁ କ୍ଷେପଣାସ୍ତ୍ର ପ୍ରଦାନ କରିବା ଦ୍ୱାରା ଯୁଦ୍ଧର ଗତି ପରିବର୍ତ୍ତନ ହେବ । ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି କ୍ଷେପଣାସ୍ତ୍ର ଦାବି କରୁଛନ୍ତି ଏବଂ ଏକ ଚୁକ୍ତି ଲାଗି ଆଲୋଚନା ପାଇଁ ୱାଶିଂଟନରେ ପହଞ୍ଚିଛନ୍ତି । ଯଦି ୟୁକ୍ରେନ ଟୋମାହକ୍‍ କ୍ଷେପଣାସ୍ତ୍ର ପାଏ, ତେବେ ଏହା ଆମେରିକା-ରୁଷ ସମ୍ପର୍କକୁ ପ୍ରଭାବିତ କରିବ ।

- Advertisement -

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories