www.samajalive.in
Saturday, December 6, 2025
16.1 C
Bhubaneswar

ମୁଖ୍ୟ ସ୍ରୋତକୁ ଫେରିବା ପାଇଁ  ମାଓବାଦୀଙ୍କୁ ପୁଲିସର ଆହ୍ୱାନ

ଫୁଲବାଣୀ: ପୁଲିସର ସମସ୍ତ ପ୍ରୟାସ ସତ୍ବେ କନ୍ଧମାଳ ଜିଲ୍ଲା ସମ୍ପୂର୍ଣ୍ଣ ରୂପେ ମାଓମୁକ୍ତ ହୋଇ ପାରିନାହିଁ। ଜିଲାର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଦ୍ୱାରା କିଛି କିଛି ଘଟଣା ଓ ଦୁର୍ଘଟଣା ଓ ଉପସ୍ଥିତି ମଧ୍ୟ ପୁଲିସ୍‌ ପାଇଁ ଚିନ୍ତାର କାରଣ ହୋଇଛି । ଇତି ମଧ୍ୟରେ ଅନେକ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଅନେକ ମାଓବାଦୀ ଏନକାଉଣ୍ଟରର ଶୀକାର ମଧ୍ୟ ହୋଇଛନ୍ତି । ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସୁରକ୍ଷା ବାହିନୀ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇ ୨୦୨୬ ସୁଦ୍ଧା ଜିଲାକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି।

ଏଭଳି ସ୍ଥିତିରେ ମାଓବିରୋଧୀ କାର୍ଯ୍ୟକଳାପ ରୋକିବା ସହିତ ଲାଲବାହିନୀର ସଦସ୍ୟ ମାନଙ୍କୁ ମୂଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ପୁଲିସ ପକ୍ଷରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ, ବିଶେଷ କରି ମାଓ ପ୍ରଭାବିତ ଫିରିଙ୍ଗିଆ ଓ ଗୋଚ୍ଛାପଡା ଅଞ୍ଚଳରେ ପୋଷ୍ଟର ମାରି ଲୋକଙ୍କୁ ସଚେତନ କରାଯିବା ସହିତ ମାଓବାଦୀଙ୍କୁ ସମାଜର ମୂଖ୍ୟସ୍ରୋତକୁ ଫେରି ଆସିବା ପାଇଁ

- Advertisement -

ଆହ୍ବାନ ଦିଆଯାଇଛି।  ଉପାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ  ଶାନ୍ତି ପ୍ରତିଷ୍ଠା କରିବା ପାଇଁ ସଚେତନତା ପୋଷ୍ଟର ଲଗାଯାଇଛି । ଓଡ଼ିଆ ସହିତ ଆଦିବାସୀ ଭାଷାରେ ଏହି ପୋଷ୍ଟର ମରାଯାଇଛି। ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଫୋଟୋ ମଧ୍ୟ ରହିଛି।

ମୁଖ୍ୟସ୍ରୋତକୁ ଫେରିଲେ ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ଆର୍ଥିକ ସହାୟତା ଓ  ସୁବିଧା ସୁଯୋଗ ବିଷୟରେ ଉଲ୍ଲେଖ କରାଯାଇଛି। ଫିରିଙ୍ଗିଆ ବ୍ଲକରେ ବର୍ତମାନ ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପ ନିର୍ମାଣ ହୋଇଥିବା ବେଳେ ଉପାନ୍ତ ଅଞ୍ଚଳର ଲୋକ ମାନଙ୍କୁ ଚିକିତ୍ସା ସୁବିଧା, କ୍ରୀଡା, ସହ ସଚେତନତା ଭଳି ବିଭିନ୍ନ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି । ଆଜି ଫିରିଙ୍ଗିଆ ବ୍ଲକର କଲମପଡ଼ା, ଡାଙ୍ଗାଣାମା, ସୁମେରବନ୍ଧ, ଲଦାପଦର, ସୁଟାଣି, କୁମେଲସିଂ, ତାଡିଖୋଲ, ପାହିରାଜୁ, ବାରାହାଲା,ରତାମାସ୍କା ଭଳି ଉପାନ୍ତ ଅଞ୍ଚଳ ମାନଙ୍କରେ ଏହି ସଚେତନତା ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।

Hot this week

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

Related Articles

Popular Categories