www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟ ବିଜେପି ଉପସଭାପତି ହେଲେ ବରିଷ୍ଠ ନେତା ଶିବାଜୀ ମହାନ୍ତି

କଣ୍ଟାବାଞ୍ଜି:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଜେପି ବରିଷ୍ଠ ନେତା ଶିବାଜୀ ମହାନ୍ତିଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଉପସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସହିତ ଅନ୍ୟ ୧୦ ଜଣଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି ମନମୋହନ ସାମଲ। ତେବେ ଶିବାଜୀ ମହାନ୍ତିଙ୍କ ରାଜନୈତିକ କ୍ୟାରିୟର ୧୯୮୯ରେ ଯୁବ ସଂଗଠକ ଭାବରେ ଆରମ୍ଭ ହୋଇଥିଲା। ସର୍ବ ପ୍ରଥମେ କଣ୍ଟାବାଞ୍ଜି ଯୁବ ମୋର୍ଚ୍ଚା ଟାଉନ ଉପ ସଭାପତି, ଯୁବ ମୋର୍ଚ୍ଚା ଜିଲ୍ଲା ଉପ ସଭାପତି,ଜିଲ୍ଲା ସାଧାରଣ ସମ୍ପାଦକ ଓ ପରେ ବିଜେପି ଜିଲ୍ଲା ଉପ ସଭାପତି। ସାଂଗଠନିକ କାର୍ଯ୍ୟ ପନ୍ଥା ଓ ଦଳ ପ୍ରତି ତାଙ୍କ ନିଷ୍ଠା ଦେଖି ୨୦୧୫-୨୦୧୯ ତାଙ୍କୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିଲା।

୨୦୧୯ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ବଲାଙ୍ଗିର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ। ବର୍ତ୍ତମାନ ବରିଷ୍ଠ ନେତା ଶିବାଜୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ଵ ଦେଇଥିବା ରୁ ଶ୍ରୀ ମହାନ୍ତି ରାଜ୍ୟ ସଭାପତି ମନମୋହନ ସାମଲ, ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ଦଳକୁ ଆହୁରି ମଜବୁତ୍ କରିବା, ଲୋକଙ୍କ ପାଖକୁ ଡବଲ ଇଞ୍ଜିନ ସରକାରଙ୍କ ପ୍ରତ୍ୟେକ ଯୋଜନା ପହଞ୍ଚାଇବା ସହ ଆଗାମୀ ଦିନରେ ଥିବା ପଞ୍ଚାୟତ ନିର୍ବାଚନରେ ଆହୁରି ଭଲ କାର୍ଯ୍ୟ କରିକି ଦେଖେଇବୁ। ଶ୍ରୀ ମହାନ୍ତି ଙ୍କୁ ରାଜ୍ୟ ଉପ ସଭାପତି ଦାୟିତ୍ୱ ଦେଇ ଥିବାରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେପି ଦଳରେ ଖୁସିର ଲହରୀ ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories