www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକାର ନାଗରିକତ୍ଵ ପାଇଁ ଟ୍ରମ୍ପଙ୍କ ବଡ଼ ଅଫର

ସମାଜ ଡିଜିଟାଲ ଡେସ୍କ: ଆମେରିକାର ନାଗରିକତା ହାସଲ କରିବା ଲାଗି ଅନେକ ବିଦେଶୀଙ୍କ ସ୍ବପ୍ନ ରହିଥାଏ। ଯଦି ଆପଣଙ୍କ ନିକଟରେ ପ୍ରଚୁର ଅର୍ଥ ଅଛି, ତେବେ ଏହି ସ୍ବପ୍ନ ସହଜରେ ପୂରଣ ହୋଇପାରିବ। ଏଥିପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଅଫର ଘୋଷଣା କରିବାକୁ ଯାଉଛନ୍ତି। ଏହା ଜରିଆରେ ଧନୀ ଅପ୍ରବାସୀମାନେ ଆମେରିକାର ନାଗରିକତ୍ଵ ଗ୍ରହଣ କରିପାରିବେ ଏବଂ ଗୋଲ୍ଡ କାର୍ଡ ହାସଲ କରିପାରିବେ। ଏଥିପାଇଁ ଦରକାର ପଡ଼ିବ ୫୦ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ୪୪ କୋଟି ଟଙ୍କା। ତେବେ ଏହି ଅର୍ଥ ଆମେରିକା ସରକାର ସିଧାସଳଖ ଆପଣଙ୍କଠାରୁ ନେବେ ନାହିଁ। ଆପଣଙ୍କୁ ଆମେରିକାରେ ଏହି ପରିମାଣର ଅର୍ଥ ନିବେଶ କରିବାକୁ ପଡ଼ିବ। ଟ୍ରମ୍ପ ଭିଜା କାର୍ଯ୍ୟକ୍ରମକୁ ଆମେରିକୀୟ ନାଗରିକତାର ରାସ୍ତା ବୋଲି କହିଛନ୍ତି।

ଟ୍ରମ୍ପ କହିଛନ୍ତି ଯେ, ଭିଜା କାର୍ଯ୍ୟକ୍ରମ ‘ଗୋଲ୍ଡ କାର୍ଡ’ ଜରିଆରେ ଭବିଷ୍ୟତରେ ପ୍ରାୟ ୧୦ ଲକ୍ଷ ଗୋଲ୍ଡ କାର୍ଡ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଡ ପାଇବାକୁ ହେଲେ ୫୦ ଲକ୍ଷ ଡଲାର ଦେବାକୁ ହେବ। ଗୋଲ୍ଡ କାର୍ଡ ବର୍ତ୍ତମାନର ଇବି-୫ ଭିଜାର ସ୍ଥାନ ନେବ। ଏହାକୁ କ୍ରୟ କରି ଧନୀ ଲୋକମାନେ ଆମେରିକା ଆସିବେ, ଯାହାଦ୍ବାରା ନିବେଶ ଏବଂ ନିଯୁକ୍ତି ବୃଦ୍ଧି ପାଇବ।

- Advertisement -

ଇବି-୫ ଭିଜା ଜରିଆରେ ଆମେରିକାର ନାଗରିକତା ହାସଲ କରିବା ଲାଗି ୧୦ ଲକ୍ଷ ଡଲାର ବା ପ୍ରାୟ ୮ କୋଟି ୭୫ ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ଟ୍ରମ୍ପଙ୍କ କହିବା ଅନୁସାରେ, ଗୋଲ୍ଡ କାର୍ଡ ଜରିଆରେ ଆମେରିକାର ଜାତୀୟ ଋଣ ଖୁବଶୀଘ୍ର ପରିଶୋଧ ହୋଇପାରିବ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories