www.samajalive.in
Saturday, December 13, 2025
18.1 C
Bhubaneswar

ଆଜି ରାତିରେ ଟ୍ରମ୍ପ୍‍ଙ୍କ ବିରୁଦ୍ଧରେ ହେବ ମହାଭିଯୋଗ ପ୍ରସ୍ତାବର ବିଚାର

ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ବିରୁଦ୍ଧରେ ଐତିହାସିକ ମହାଭିଯୋଗ ପ୍ରସ୍ତାବର ବିଚାର ଆଜି ଆମେରିକା ସିନେଟର ଆରମ୍ଭ ହେଉଛି। ଏହି ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ପ୍ରଧାନ ବିଚାରପତି ଜନ୍‍ ରବର୍ଟ୍‍ସ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଆଜି ରାତି ୧୧ଟା ୩୦ରେ ପ୍ରସ୍ତାବ ଉପରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ। ଆମେରିକା ଇତିହାସରେ ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର ଏହା ହେଉଛି ତୃତୀୟ ଘଟଣା। ଏହା ପୂର୍ବରୁ ଆଣ୍ଡ୍ରୋ ଜନସନ୍‍ ଓ ବିଲ୍‍ କ୍ଲିଣ୍ଟନ୍‍ଙ୍କ ବିରୁଦ୍ଧରେ ଏଭଳି ମହାଭିଯୋଗ ପ୍ରସ୍ତାବ ଗୁଡ଼ିକରେ ବିଚାର ହୋଇଥିଲା। ଆଉ ଜଣେ ଆମେରିକୀୟ ରାଷ୍ଟ୍ରପତି ରିଚାର୍ଡ୍‍ ନିକ୍ସନ୍‍ଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ବିଚାର ପୂର୍ବରୁ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଦେଇଥିଲେ।

ଟ୍ରମ୍ପ୍‍ଙ୍କୁ ଦୁଇଟି ମହାଭିଯୋଗର ସମ୍ମୁଖୀନ ହେବାକୁ ପଡ଼ୁଛି, ପ୍ରଥମଟିରେ ଗତ ନଭେମ୍ବର ମାସରେ ପୁନଃ ନିର୍ବାଚିତ ହେବାକୁ ସେ ୟୁକ୍ରେନ ସରକାରଙ୍କର ସହାୟତା ଲୋଡ଼ିଥିବାର ତାଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି। ସେ ୟୁକ୍ରେନକୁ ନିୟୁତ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ରୋକି ଥିବାର ଅଭିଯୋଗ ରହିଛି ଓ ୟୁକ୍ରେନ୍‍ ରାଷ୍ଟ୍ରପତିଙ୍କ ସହ ଆମେରିକା ହ୍ୱାଇଟ୍‍ ହାଉସ୍‍ର ଏକ ପ୍ରସ୍ତାବିତ ବୈଠକକୁ ମଧ୍ୟ ଅଟକାଇ ରଖିଥିବାର ଅଭିଯୋଗ କରାଯାଇଛି। ଏହିସବୁ କାର୍ଯ୍ୟ ସେ ୟୁକ୍ରେନ ସହିତ ବୁଝାମଣାରେ ଉପନୀତ ହେବା ଉଦ୍ଦେଶ୍ୟରେ କରିଥିଲେ ବୋଲି ତାଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଛି। ପ୍ରତି ବଦଳରେ ଟ୍ରମ୍ପ୍‍ଙ୍କ ପ୍ରତିଦ୍ୱନ୍ଦ୍ୱି ହେବାକୁ ଥିବା ଡେମୋକ୍ରାଟିକ୍‍ ଦଳ ନେତା ଜୋ ବିଦେନଙ୍କ ବିରୁଦ୍ଧରେ ୟୁକ୍ରେନ୍‍ ଏକ ତଦନ୍ତ କରିବା ପାଇଁ ସର୍ବସାଧାରଣରେ ଘୋଷଣା କରିବାକୁ ସେ ୟୁକ୍ରେନ୍‍ ଉପରେ ଚାପ ପକାଇଥିବାର ଦୋଷାରୋପ କରାଯାଇଛି।

- Advertisement -

ସୂଚନାଯୋଗ୍ୟ ଯେ ଜୋ ବିଦେନ୍‍ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‍ଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ହେବେ। ଦ୍ୱିତୀୟ ଅଭିଯୋଗ ଅନୁସାରେ ଗତବର୍ଷ ଟ୍ରମ୍ପ୍‍ଙ୍କ ବିରୁଦ୍ଧରେ ପ୍ରଥମ ମହାଭିଯୋଗର ଶୁଣାଣି ସମୟରେ କର୍ମଚାରୀମାନଙ୍କୁ ଜେରା କରିବାକୁ ହ୍ୱାଇଟ୍‍ ହାଉସ୍‍ ମନା କରିବା ପରେ ଟ୍ରମ୍ପ୍‍ କଂଗ୍ରେସର କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାର ଡେମୋକ୍ରାଟିକ୍‍ ଦଳ ସଦସ୍ୟମାନେ ଦୋଷାରୋପ କରିଛନ୍ତି। ଆମେରିକା କଂଗ୍ରେସ ଆମେରିକା ସରକାରରେ ଆଇନ୍‍ ପ୍ରଣୟନ କରିଥାଏ ଓ ଏହା ଟ୍ରମ୍ପ୍‍ଙ୍କ ବିରୁଦ୍ଧରେ ତଦନ୍ତ କରୁଥିଲା। ଟ୍ରମ୍ପ୍‍ ତାଙ୍କ ପଦ ମର୍ଯ୍ୟଦାର ଅପବ୍ୟବହାର କରିଛନ୍ତି ଓ କଂଗ୍ରେସକୁ ତାହାର କାର୍ଯ୍ୟ ସମ୍ପାଦନାରେ ବାଧା ଦେଇଛନ୍ତି କି ନାହିଁ ସାଂସଦମାନେ ଏହା ଉପରେ ନିଷ୍ପତ୍ତି ନେବେ। ଏହି ଦୁଇ ବିଷୟ ଉପରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ୍‍ କହିଛନ୍ତି, ଏହା ତାଙ୍କ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଓ ୟୁକ୍ରେନ୍‍ ନେତାମାନଙ୍କ ସହ ଫୋନରେ ହୋଇଥିବା ତାଙ୍କ କଥାବାର୍ତ୍ତା ଯଥାର୍ଥ ଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories