www.samajalive.in
Saturday, December 13, 2025
15.1 C
Bhubaneswar

ସାଧାରଣ ଲୋକଙ୍କୁ କ୍ଷମତାପନ୍ନ କରିଛି ଡିଜିଟାଲ ଇଣ୍ଡିଆ

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍‍ସ ଓ ଆଇ.ଟି. ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ବୈଷୟିକ ଜ୍ଞାନକୁ ଶ୍ରେଣୀ ଗୃହରୁ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇବା। ସେ କହିଛନ୍ତି, ବୈଷୟିକ ଜ୍ଞାନ ଆଜି ପ୍ରଶାସନ କାର୍ଯ୍ୟରେ ସବୁଠୁ ବଡ଼ ଅସ୍ତ୍ର ଭାବରେ ନିଜକୁ ସାବ୍ୟସ୍ତ କରିପାରିଛି। ମନ୍ତ୍ରୀ ଏନ୍‍.ଆଇ.ସି. ଟେକ୍‍ ସମ୍ମିଳନୀ ୨୦୨୦କୁ ଉଦ୍‍ଘାଟନ କରିବା ଅବସରରେ ଏହା କହିଛନ୍ତି। ପ୍ରସାଦ କହିଛନ୍ତି, ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ସାଧାରଣ ଲୋକମାନଙ୍କୁ ବୈଷୟିକ ଦୃଷ୍ଟିକୋଣରୁ କ୍ଷମତାପନ୍ନ କରିବା ଓ ଡିଜିଟାଲ କ୍ଷେତ୍ରରେ ଯେଉଁ ବ୍ୟବଧାନ ରହିଛି ତାହାର ପୂରଣ କରି ସମସ୍ତଙ୍କୁ ଏହା ମଧ୍ୟରେ ସାମିଲ କରିବା।

ସେ କହିଛନ୍ତି, ଭାରତ ଡାଟା ରିଫାଇନିଂ କ୍ଷେତ୍ରରେ ଏକ ବଡ଼ କେନ୍ଦ୍ରରେ ପରିଣତ ହେଉ ଏହା ସେ ଚାହାନ୍ତି ଓ ନ୍ୟାସନାଲ୍‍ ଇନ୍‍ଫରମେଟିକ୍‍ ସେଣ୍ଟର ଏ ଦିଗରେ କାର୍ଯ୍ୟ କରିବାକୁ ସେ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories