www.samajalive.in
Sunday, December 14, 2025
18.1 C
Bhubaneswar

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ମଙ୍ଗଳବାର ବାର୍ଷିକ କ୍ରୀଡା ଉତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥିଭାବେ କର୍ଣ୍ଣେଲ ଗୋବିନ୍ଦ ଚନ୍ଦ୍ର ରଥ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ତଥା କଲେଜର ପରିଚାଳନା ସମିତି ସଭ୍ୟ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ।

- Advertisement -

କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ତିଥିମାନଙ୍କର ପରିଚୟ ପ୍ରଦାନ ସହିତ ବାର୍ଷିକ କ୍ରୀଡା ଉତ୍ସବରେ ଅଧ୍ୟକ୍ଷତା କରି ନିଜ ବକ୍ତବ୍ୟରେ କଲେଜ ମାନଙ୍କରେ କ୍ରୀଡାର ଭୂମିକା   ବିଷୟରେ କହିଥିଲ। ମୁଖ୍ୟ ଅତିଥି କର୍ଣ୍ଣେଲ ନିଜ ବକ୍ତବ୍ୟରେ କ୍ରୀଡା ହେଉଛି ଛାତ୍ର ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା ଦ୍ବାରା ସମାଜର ଜଣେ ଉତ୍ତମ ମଣିଷଭାବରେ ନିଜକୁ ଗଢିପାରିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ବିଧାୟକ ସୁଶାନ୍ତ ରାଉତ ନିଜ ବକ୍ତବ୍ୟରେ ଖେଳରେ ହାରଜିତ ରହିଛି, କ୍ରୀଡା ଏକ ମୁଖ୍ୟ ଅଙ୍ଗ ଯାହାଦ୍ବାରା ଛାତ୍ରଛାତୀମାନେ ବହୁ ଆଗକୁ ଯାଇପରିବେ ବୋଲି କହିଥିଲେ। ଅନ୍ୟମାମଙ୍କ ମଧ୍ୟରେ କଲେଜ କ୍ରୀଡା ପରିଷଦର ଉପାଧ୍ୟକ୍ଷ ଚଳନ କୁମାର ସାହୁ ଯୋଗଦେଇ ଛାତ୍ରଛାତୀମାନେ କିପରି ଭାବେ କ୍ରୀଡ଼ାରେ ସଫଳତା ପାଇପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ଉପାଧ୍ୟକ୍ଷ ଗାର୍ଗୀ ବାନାର୍ଜୀ କ୍ରୀଡା କ୍ଷେତ୍ରରେ ଛାତ୍ରଛାତୀ ମାନଙ୍କର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଛାତ୍ର ସଂସଦର ଆବାହକ ମାନସ ରଞ୍ଜନ ସାହୁ ଏବଂ ସହ ଆବାହକ ଗଣେଶ୍ବର ବେହେରା ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୁନିଅର କଲେଜର ଅଧ୍ୟକ୍ଷ  ତ୍ରିଲୋଚନ ରଥ, ଡିଗ୍ରୀ କେଲଜର ସମସ୍ତ ଅଧ୍ୟାପକ ଓ ଆଧ୍ୟାପିକା ମାନେ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ସଞ୍ଚାଳକ ହିମାଞ୍ଜଳୀ ଭୂୟାଁ ଧନ୍ୟାବଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories