www.samajalive.in
Monday, December 15, 2025
24.1 C
Bhubaneswar

ଫୁଟବଲ ଖେଳାଳି ରୋନାଲ୍ଡୋଙ୍କୁ ନେଇ ଟ୍ରମ୍ପଙ୍କୁ ସମାଲୋଚନା

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପର୍ତ୍ତୁଗାଲ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କୁ ତାତ୍ସଲ୍ୟ କରିବାପରେ, ରାଷ୍ଟପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସବୁଦିଗରୁ ସମାଲୋଚନା ସହିବାକୁ ପଡିଛି। ଡୋନାଲ୍ଡ ଟ୍ରମ୍ପ କହିଥିଲେ, ରନାଲ୍ଡୋ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସଲୋ ରିବିଲୋ ଡି ସୋଉସାଙ୍କ ବିରୁଦ୍ଧରେ ଲଢିବାକୁ ପ୍ରସ୍ତୁତ । ଏହାକୁ ନେଇ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସଲୋ କହିଛନ୍ତି, ପର୍ତ୍ତୁଗାଲ ଆମେରିକା ପରି ନୁହେଁ। ଗଣମାଧ୍ୟମ ଏଜେନ୍ସି ଏକେ ଅନୁସାରେ, ମାର୍ସଲ ଆମରେିକା ଗସ୍ତ ମସୟରେ ବୁଧୁବାର ଦିନ ଟ୍ରମ୍ପ ଓ ମାର୍ସଲଙ୍କ ମଧ୍ୟରେ ବିଶ୍ୱ କପ ଆଲୋଚନା ଆରମ୍ଭ ହୋଇଥିଲା। ମାର୍ସଲ ଦୁଇ ଦେଶଙ୍କ ମଧ୍ୟରେ ରାଜନୈତିକ ସଂସ୍କୃତିର ପରିଭାଷା ବୁଝାଇଥିଲେ। ଏହି ଦ୍ୱିପାକ୍ଷିକ ଆଲୋଚନାରେ ମାର୍ସଲ କହିଥିଲେ, ଟ୍ରମ୍ପ ନିଜର ଆଗାମୀ ଆଲୋଚନାରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ବିଶ୍ୱ କପର ଆଲୋଚନା କରିବେ। ଏହା ବ୍ୟତୀତ ମାର୍ସଲ ଆହୁରି କହିଥିଲେ, କୌଣସି ଦେଶ ଭୂଲିବା ଆବଶ୍ୟକ ନୁହେଁ ଯେ, ତାଙ୍କ ପାଖରେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଖେଳାଳି ରହିଛି, ଯାହାର ନାମ ରୋନାଲ୍ଡୋ। ଏହାର ବିପରୀତରେ ଟ୍ରମ୍ପ କହିଥଲେ, ପର୍ତ୍ତୁଗାଲ ଭଲ ପ୍ରଦର୍ଶନ କରୁଛି। ରୋନାଲ୍ଡୋର କ’ଣ ବିଶେଷ ରହିଛି ବୋଲି ସେ ମାର୍ସଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ମାର୍ସଲ କହିଥିଲେ, ରୋନାଲ୍ଡୋ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଖେଳାଳି। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପର୍ତ୍ତୁଗାଲ ରାଷ୍ଟ୍ରପତି ପଦ ଲଢିବାପାଇଁ ପ୍ରଶ୍ନ କରିଥିଲେ। ଏହାସହ ଟ୍ରମ୍ପ ମାର୍ସଲକୁ ଆଶ୍ୱସନା ବି ଦେଇଥିଲେ ଯେ, ରୋନାଲ୍ଡୋ ତାଙ୍କ ବିରୁଦ୍ଧରେ ନିର୍ବାଚନ କେବେ ବି ଜିତିବେ ନାହିଁ। ଏହାର ଉତ୍ତରେ ମାର୍ସଲ କହିଥିଲେ ପର୍ତ୍ତୁଗାଲ ଆମେରିକା ପରି ନୁହେଁ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories