BJD Bijuli 480×75 Mob

ଶେଷହେଲା ପ୍ରାର୍ଥୀପତ୍ର ବିକ୍ରି, ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ

କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ

BJD Bijuli 480×75 Mob

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ପାଇଁ ରବିବାର ଅପରାହ୍ନ ୩ଟାରେ ମନୋନୟନପତ୍ର ବିକ୍ରି ଶେଷ ହୋଇଛି । ଶନିବାର ତୃତୀୟ ଦିନ ଶେଷ ସୁଦ୍ଧା ମୋଟ ୨୩୧ଟି ମନୋନୟନପତ୍ର ବିକ୍ରି ହୋଇଥିବା ବେଳେ ରବିବାର ଅନ୍ତିମ ଦିବସରେ ୯୬ଟି ମନୋନୟନପତ୍ରକୁ ମିଶାଇ ମୋଟ ୩୨୭ଟି ମନୋନୟନପତ୍ର ବିକ୍ରି ହୋଇଥିବା ଜଣାପଡିଛି । ଆସନ୍ତା ମଙ୍ଗଳବାର ମନୋନୟନପତ୍ର ଦାଖଲର ଅନ୍ତିମ ଦିବସ ଥିବାବେଳେ ଚଳିତଥର ଆଶାୟୀଘଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ନିର୍ବାଚନ ବେଶ୍‌‌ ସରଗରମ ହେବାକୁ ଯାଉଛି । ରବିବାର ଅନ୍ତିମ ଦିବସରେ ସଂଘର ବିଦାୟୀ ଯୁଗ୍ମସମ୍ପାଦକ ଦେବୁ ପଟ୍ଟନାୟକ ପୁଣିଥରେ ଯୁଗ୍ମସମ୍ପାଦକ ପଦ ନିମନ୍ତେ ମନୋନୟନପତ୍ର କିଣିଥିବା ବେଳେ ସଦର ସବ୍‌‌ଡିଭିଜନ ଘରୋଇ ବସ୍‌‌ ମାଲିକ ସଂଘର ସମ୍ପାଦକ ବ୍ରଜବିହାରୀ ଜେନା ସଭାପତି ପଦ ନିମନ୍ତେ ମନୋନୟନପତ୍ର କିଣିବା ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନିର୍ବାଚନ ମାହୋଲକୁ ଅଧିକ ସରଗରମ କରିଛି। ଦୀର୍ଘ ପ୍ରାୟ ୫ବର୍ଷ ପରେ ସଂଘ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଚଳିତଥର ନିର୍ବାଚନ ବେଶ୍‌‌ ଉଷ୍ମତା ଆଣିଦେଇଛି । ବିଶେଷକରି ରେଳ ଓ ପାଇପ ଯୋଗେ ଲୁହାପଥର ପରିବହନ ସୁଯୋଗ ନପାଇ ଟ୍ରକ ମାଲିକ ଋଣ ପରିଶୋଧ ଚିନ୍ତାରେ ଥିବାବେଳେ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିରୁ ଟ୍ରକ ଯୋଗେ ପରିବହନ ପାଇଁ ଟୋକନ କଳାବଜାରୀ ଏବଂ ଧାର୍ଯ୍ୟ ସମୟ ଠାରୁ ୧ବର୍ଷ ବ୍ୟବଧାନ ପରେ ହାଇକୋର୍ଟଙ୍କ ଆଦେଶ ପରେ ବହୁ ବିଳମ୍ବରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭକୁ ନେଇ ଭୋଟରଙ୍କ ମଧ୍ୟରେ ଥିବା ଅସନ୍ତୋଷ ଆଗାମୀ ଦିନରେ କିଭଳି ରୂପ ନେବ ସେ ନେଇ ସଂଘ ସଦସ୍ୟଙ୍କ ମଧ୍ୟରେ ଏବେଠାରୁ ଛକାପଞ୍ଝା ଆରମ୍ଭ ନିର୍ବାଚନୀ ଉଷ୍ମତାକୁ ଦ୍ୱିଗୁଣିତ କରିଛି।

Comments are closed.