ସମାଜ ଡିଜିଟାଲ ଡେସ୍କ: ସମ୍ବଲପୁର-କଟକ ୫୫ନଂ ଜାତୀୟ ରାଜପଥ ଯୁଜୁମରା ଥାନା ଫୁଲଝରଣ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଲି ବୋଝେଇ ଟ୍ରକକୁ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣକ ଆଟେଡାଣ୍ଟ ବୋଲି ସୂଚନା ମିଳିଛି ।
ତେବେ ବୌଦ୍ଧରୁ ମେଡିକାଲରୁ ରୋଗୀ ନେଇ ବୁର୍ଲା ଯିବା ବାଟରେ ଦୁର୍ଘଟଣା ଘଟିଥିଲା । ଆମ୍ବୁଲାନ୍ସରେ ଚାପି ହୋଇଥିବା ଆଟେଡାଣ୍ଟଙ୍କ ମୃତଦେହକୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ ।



