www.samajalive.in
Saturday, December 6, 2025
16.1 C
Bhubaneswar

୨ ଟ୍ରକ ମୁହାଁମୁହିଁ ଧକ୍କା : ଚାଳକ ଜୀବନ୍ତ ଦଗ୍ଧ

ଦେବଗଡ: ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡା ଗ୍ରାମରେ ୪୯ ନମ୍ବର ଜାତୀୟ ରାଜପଥରେ ରବିବାର ସକାଳେ ୨ଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଗୋଟିଏ ଟ୍ରକ ରାସ୍ତା ତଳକୁ ଖସିପଡ଼ିବା ସହ ଅନ୍ୟଟିରେ ନିଆଁ ଲାଗିଯିବାରୁ ଚାଳକର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ପ୍ରାୟ ୫ଟା ସମୟରେ ଦେବଗଡ ପଟୁ କେନ୍ଦୁଝର ଆଡକୁ ଯାଉଥିବା ଏକ ମାଲ ବୋଝେଇ ଟ୍ରକସହ କେନ୍ଦୁଝର ପଟୁ ଦେବଗଡ ଆଡକୁ ଆସୁଥିବା ଅନ୍ୟ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ କେନ୍ଦୁଝର ପଟୁ ଆସୁଥିବା ଟ୍ରକଟି ରାସ୍ତା ତଳକୁ ଖସି ପଡ଼ିଥିଲା। ସେହିପରି ଅନ୍ୟ ଟ୍ରକଟିରେ ନିଆଁ ଲାଗିବା ସହ ଟ୍ରକର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସୂଚନା ପାଇ ବାରକୋଟ ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତତ୍ତ କରିଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଚାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories