www.samajalive.in
Saturday, December 6, 2025
23.1 C
Bhubaneswar

କାଳିଆପଟା କୋଭିଡ ଯତ୍ନ କେନ୍ଦ୍ରରେ ଲାଗିଲା ଇସିଜି ଓ଼ ଏକ୍ସରେ ମେସିନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କାଳିଆପଟା କୋଭିଡ କେୟାର ସେଣ୍ଟରରେ କରୋନା ରୋଗୀଙ୍କ ସୁବିଧା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରଚେଷ୍ଟାରେ ଇସିଜି ଓ଼ ଏକ୍ସରା ମେସିନ ଶନିବାର ଦିନ ସ୍ଥାପନ କରାଯାଇଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମୋହନା ବିଡ଼ିଓ ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା, ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡାକ୍ତର ନମିତା ପଣ୍ଡା, କୋଭିଡ କେନ୍ଦ୍ର ଅଧିକାରୀ ଏମ. ଶିବରାମ ଉପସ୍ଥିତ ରହିଥିଲେ।

ଡାକ୍ତର ଶିବରାମ କହିଛନ୍ତି ଜିଲ୍ଲାପାଳଙ୍କ ଉଦ୍ୟମରେ ଦୁଇଟି ମେସିନ ମିଳିଥିବା ବେଳେ ପାଞ୍ଚଗୋଟି ବିନା ସିଲିଣ୍ଡରର ଅମ୍ଳଜାନ ଯନ୍ତ୍ର ଦେଇଛନ୍ତି ଯାହାକି ଦୁର୍ଗମ ଅଂଚଳରେ ପାଣି ପକାଇ ବାହାରର ଅମ୍ଳଜାନକୁ ସଂଗୃହିତ କରି କାମରେ ଲଗାଇ ପାରିବେ।.ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ମୋହନା ଅଂଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories