www.samajalive.in
Saturday, December 6, 2025
14.1 C
Bhubaneswar

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୪୨ ରହିଛନ୍ତି। ଦିନକରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୫୩୪୩ ଏବଂ ସ୍ଥାନୀୟ ସଂକ୍ରମିତ ୪୧୯୮ ରହିଥିବା ଜଣାଯାଇଛି।
ରାଜ୍ୟର ଅନୁଗୁଳ ଜିଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୫୬୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ବାଲେଶ୍ୱର ୩୦୨, ବରଗଡ ୨୮୪, ଭଦ୍ରକ ୪୬୪, ବଲାଙ୍ଗୀର ୧୦୧, ବଉଦ ୧୭୭, କଟକ ୭୧୬, ଦେବଗଡ ୬୧, ଢେଙ୍କାନାଳ ୧୧୭, ଗଜପତି ୬୯, ଗଞ୍ଜାମ ୧୫୦, ଜଗତସିଂହପୁର ୨୯୯, ଯାଜପୁର ୪୮୯ ଏବଂ ଝାରସୁଗୁଡାରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି କଳାହାଣ୍ଡିରୁ ୩୧୫, କନ୍ଧମାଳ ୧୦୭, କେନ୍ଦ୍ରାପଡା ୧୧୪, କେନ୍ଦୁଝର ୧୭୭, କୋରାପୁଟ ୨୧୫, ମାଲକାନଗିରି ୧୨୩, ମୟୁରଭଞ୍ଜ ୬୯୫, ନବରଙ୍ଗପୁର ୨୫୪, ନୟାଗଡ ୨୩୦, ନୂଆପଡା ୫୦, ପୁରୀ ୫୨୮, ରାୟଗଡା ୧୬୪, ସମ୍ବଲପୁର ୨୨୯, ସୋନପୁର ୨୪୫, ସୁନ୍ଦରଗଡ ୫୯୫ ଏବଂ ଷ୍ଟେଟପୁଲରୁ ୨୨୭ ଜଣଙ୍କୁ ଚିହ୍ନଟ କରାଯାଇଛି।
ରାଜ୍ୟରେ ଆଉ ୧୧୫୧୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ମୋଟ ୧୧୭୧୧୪୫୯ ନମୁନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୭୫୬୬୮୪ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହି ସଂକ୍ରମିତଙ୍କ ମଧ୍ୟରୁ ମୋଟ ୬୫୮୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସଂପ୍ରତି ୯୫୨୬୬ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories