www.samajalive.in
Sunday, December 7, 2025
26.1 C
Bhubaneswar

ସେନାମୁଖ୍ୟ ନରବାଣେଙ୍କ ପାକିସ୍ତାନକୁ ପରାମର୍ଶ- ସମ୍ପର୍କ ସ୍ୱାଭାବିକ କରିବାକୁ ହେଲେ ଆଗ ଆତଙ୍କି ଭିତ୍ତିଭୂମି ନଷ୍ଟକର

ନୂଆଦିଲ୍ଲୀ: ଭାରତ ସହିତ ପାକିସ୍ତାନ ଯଦି ସମ୍ପର୍କ ସ୍ୱାଭାବିକ କରିବାକୁ ଚାହୁଁଥାଏ ତେବେ ପ୍ରଥମେ ତାହା ନିଜ ଦେଶରେ ଥିବା ଆତଙ୍କି ଭିତ୍ତିଭୂମି ନଷ୍ଟ କରିବା ଆବଶ୍ୟକ। ତାହା ନହେଲେ ଦ୍ୱିପାକ୍ଷିକ ସମ୍ପର୍କ ସୁଧୁରିବା ଅସମ୍ଭବ ବୋଲି କହିଛନ୍ତି ଭାରତର ସେନାମୁଖ୍ୟ ଏମ ଏମ ନରବାଣେ। ଦୁଇପକ୍ଷ ମଧ୍ୟରେ ଅସ୍ତ୍ରବିରତି ରାଜିନାମାକୁ ସ୍ୱାଗତ କରି ଜେନେରାଲ ନରବାଣେ କହିଛନ୍ତି, ଏହାଦ୍ୱାରା ନିୟନ୍ତ୍ରଣ ରେଖା ନିକଟରେ ନିରାପତ୍ତା ପରିସ୍ଥିତିରେ ବଡଧରଣର ଉନ୍ନତି ଘଟିପାରିଛି। ତେବେ ଭାରତର ମୂଳଚିନ୍ତା ପ୍ରତି ପାକିସ୍ତାନ ଦୃଷ୍ଟିଦେଇ ସୀମାପାର ଛାଯା ଯୁଦ୍ଧକୁ ଉସୁକାଇବା ନୀତି ପରିତ୍ୟାଗ କରିବାକୁ ପଡିବ।
ଜେନେରାଲ ନରବାଣେ କହିଥିଲେ, ପାକ ଅଧିକୃତ ଜାମ୍ମୁ କାଶ୍ମୀରରେ ସଂପ୍ରତି ରହିଥିବା ୧୮ରୁ ୨୦ଟି ଆତଙ୍କି ତାଲିମ ଶିବିରକୁ ପାକିସ୍ତାନ ନଷ୍ଟ କରିବାକୁ ହେବ। ପାକିସ୍ତାନ ଏବଂ ପାକ ଅଧିକୃତ ଜାମ୍ମୁ କାଶ୍ମୀରରେ ଆତଙ୍କି ଭିିତ୍ତିଭୂମି ନଷ୍ଟ କରାଯାଇଥିବା ଭାରତ ପାଇଁ ବିଶ୍ୱାସଯୋଗ୍ୟ ନୁହେଁ। ଏବେମଧ୍ୟ ପାକ ଅଧିକୃତ ଜାମ୍ମୁ କାଶ୍ମୀରରୁ ଜୈଓ ଇ ମହମ୍ମଦ, ଲସ୍କର ଇ ତଇବା ଏବଂ ଅଲ୍‍ ବାଦର ଭଳି ଆତଙ୍କି ଗୋଷ୍ଠୀ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଦକ୍ଷିଣ ଏସିଆରେ ଆତଙ୍କବାଦ ଏବଂ ଉଗ୍ରବାଦ ସବୁଠାରୁ ବଡ ଆହ୍ୱାନ ହୋଇଛି ବୋଲି ଉଲ୍ଲେଖକରି ସେନାମୁଖ୍ୟ କହିଥିଲେ ଯେ, ପାକିସ୍ତାନ ଦୃଶ୍ୟମାନ ହେଲାଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ତାହାର ମୂଳ ନୀତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଲେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ଘଟିପାରିବ। ସୂଚନାଯୋଗ୍ୟ ଯେ ଭାରତ ଓ ପାକିସ୍ତାନ ଦୁଇଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ଚଳିତ ବର୍ଷ ଫେବ୍ରୁଆରୀ ୨୨ ତାରିଖରେ ହଟଲାଇନ ଯୋଗେ କଥାବାର୍ତ୍ତା ସମୟରେ ଉଭୟ ପକ୍ଷ ଅସ୍ତ୍ରବିରତି ରାଜିନାମାକୁ କାର୍ଯ୍ୟକାରୀ କରିବା ସକାଶେ ସହମତିରେ ଉପନୀତ ହୋଇଥିଲେ। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ଆଲୋଚନା ଜରିଆରେ ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ପ୍ରସ୍ତୁତ ଥିବା କହିସାରିଛନ୍ତି। ସେ କହିଛନ୍ତି ତାଙ୍କ ଦେଶ ଶାନ୍ତି ଚାହେଁ ଏବଂ ଏହା ଆଲୋଚନା ଜରିଆରେ ସମସ୍ତ ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡିକର ସମାଧାନ ଦିନରେ ଆଗେଇ ଆସିବାକୁ ପ୍ରସ୍ତୁତ ଅଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories