www.samajalive.in
Monday, December 15, 2025
16.1 C
Bhubaneswar

ଅନୀଲ ଅମ୍ବାନୀଙ୍କ ଅଡୁଆ ବଢ଼ିଲା, ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ସମାଜ ଡିଜିଟାଲ ଡେସ୍କ: ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଅମ୍ବାନୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ବ୍ୟାଙ୍କ ଋଣ ଜାଲିଆତି ମାମଲା ପରେ ଏବେ ୬୮ କୋଟି ଟଙ୍କାର ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ମାମଲାର ତଦନ୍ତକୁ ତ୍ଵରାନ୍ବିତ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏହି ଘଟରାରେ ଇଡି ପକ୍ଷରୁ ଅନୀଲଙ୍କୁ ସମନ ଜାରି କରାଯିବା ସହିତ ଓଡ଼ିଶା ଏବଂ କଲକାତାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାକ୍ଷ ଶାଖା(ଇଓଡବ୍ଲ୍ୟୁ) ତରଫରୁ ୨୦୨୪ ନଭେମ୍ବର ୧୧ରେ ରୁଜୁ ହୋଇଥିବା ଏକ ମାମଲା ଆଧାରରେ ଇଡି ଏକ ପ୍ରବର୍ତ୍ତନ ମାମଲା ସୂଚନା ରିପୋର୍ଟ ରୁଜୁ କରିଛି।

ଇଡି ଅଭିଯୋଗ କରିଛି ଯେ, ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ବଳରେ ଅନୀଲଙ୍କ କମ୍ପାନୀ ଅନେକ କଂଟ୍ରାକ୍ଟ ହାସଲ କରିଛି। ଭୁବନୋ୍ବରରେ ମେସର୍ସ ବିଶ୍ଵାଳ ଟ୍ରେଡଲିଙ୍କ ପ୍ରା.ଲି. ଏବଂ ଏହାର ନିର୍ଦେଶକମାନଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। କଲକାତାରେ ବି ଏହି କମ୍ପାନୀର ଜଣେ ସହଯୋଗୀଙ୍କ ଘରେ ଚଢ଼ାଉ କରାଯାଇଛି। ୮ ପ୍ରତିଶତ କମିସନରେ ଓଡ଼ିଶାର ବିଶ୍ଵାଳ ଟ୍ରେଡଲିଙ୍କ କମ୍ପାନୀ ଅନୀଲଙ୍କ କମ୍ପାନୀକୁ ନକଲି ବ୍ୟାଙ୍କ ଗ୍ୟାରେଣ୍ଟି ଜାରି କରିବା​‌ରେ ସମ୍ପୃକ୍ତ ଥିଲେ। ଅନୀଲଙ୍କ କମ୍ପାନୀ ବିଶ୍ଵାଳ ଟ୍ରେଡଲିଙ୍କ କମ୍ପାନୀକୁ କମିସନ ଦେବା ଲାଗି ନକଲି ବିଲ୍‌ ବି ପ୍ରସ୍ତୁତ କରିଥିବା ଇଡି ଅଭିଯୋଗ କରିଛି।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories