www.samajalive.in
Saturday, December 6, 2025
26.1 C
Bhubaneswar

ପୁଲିସକୁ ଚାପୁଡ଼ା ମାରି ବନ୍ଧା ହେଲେ ମନ୍ତ୍ରୀଙ୍କ ଭାଇ

ସମାଜ ଡିଜିଟାଲ ଡେସ୍କ: ମନ୍ଦିରରେ ମୁତୟନ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରି ଗିରଫ ହୋଇଛନ୍ତି ଜଣେ ମନ୍ତ୍ରୀଙ୍କ ଭାଇ। ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶରେ। ଗିରଫ ଅଭିଯୁକ୍ତ ହେଲେ ରାଜ୍ୟର ରାସ୍ତା ଏବଂ ଗୃହନିର୍ମାଣ ବିଭାଗ ମନ୍ତ୍ରୀ ବି.ସି. ଜନାର୍ଦ୍ଦନଙ୍କ ଭାଇ ମଦନ ଭୂପାଳ ରେଡ୍ଡୀ।

ସୂଚନା ଅନୁସାରେ, ଆନ୍ଧ୍ରର ନନ୍ଦୟାଲ ଜିଲା କୋଲିମିଗୁଣ୍ଡଲାରେ ଲକ୍ଷ୍ମୀ-ନରସିହ୍ମା ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଦେବୋତ୍ତର ବିଭାଗ ମନ୍ତ୍ରୀ ଅନାମ ରାମନାରାୟଣ ରେଡ୍ଡୀ ଏବଂ ଗୃହନିର୍ମାଣ ମନ୍ତ୍ରୀ ଜନାର୍ଦ୍ଦନ ଯୋଗଦେଇଥିଲେ। ମନ୍ଦିରରେ ମନ୍ତ୍ରୀ ଉପସ୍ଥିତ ଥିବାରୁ ଫାଟକ ନିକଟରେ ପୁଲିସ ଜନସାଧାରଣଙ୍କୁ ଭିତରକୁ ଯିବାକୁ ବାରଣ କରିଥିଲା। ସେମାନଙ୍କ ମଧ୍ୟରେ ଜନାର୍ଦ୍ଦନଙ୍କ ଭାଇ ଭୂପାଳ ମଧ୍ୟ ଥିଲେ। ଭୂପାଳ ଭିତରକୁ ଯିବାକୁ ଉଦ୍ୟମ କରିବା ସମୟରେ ଜଣେ ପୁଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମନ୍ତ୍ରୀଙ୍କ ଭାଇ ଭୂପାଳ ଉକ୍ତ ପୁଲିସ କର୍ମଚାରୀଙ୍କୁ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଜନସାଧାରଣ ମନ୍ତ୍ରୀଙ୍କ ଭାଇଙ୍କୁ ଗିରଫ ଦାବି କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

- Advertisement -

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories