www.samajalive.in
Friday, December 5, 2025
17.1 C
Bhubaneswar

ଗୋଟିଏ ଚୋରା ମାଙ୍କଡା ଗାଡି ; ଦୁଇଟି ନମ୍ବର ଧରିଲେ ତହସିଲଦାର

ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ବୋରବରଝର ମୌଜାରେ ଚୋରା ମାଙ୍କଡା ପଥରଖଣି ଚାଲିଛି। ଯାହା ଦ୍ୱାରା ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ କୁଜିନେତାମାନେ ଖଣି, ପଥରକଟା ମେସିନ ଓ ଗାଡିରୁ ମାସିକିଆ ବଟି ଆଦାୟ କରି ମାଲେମାଲ୍‌ ହେଉଥିବା ଅଭିଯୋଗ ହୋଇଛି । ରଣପୁର ତହସିଲଦାର ଡ଼ ଆର୍ଯ୍ୟ କୁମାର ସର୍ବଦମନ ଗତ ଜୁଲାଇ ୩୧ ତାରିଖ ସଂନ୍ଧ୍ୟାରେ ବୋରବରଝର ଖଣିରୁ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ହଂସରା ରାଜସ୍ୱ ଅଧିକାରୀ ବିଷ୍ଣୁ ପ୍ରସାଦ ମଲ୍ଲିକଙ୍କୁ ଧରି ନରସିଂହପୁର ନିକଟରେ ଏକ ମାଙ୍କଡା ପଥର ଗାଡିକୁ ତନଖି କରିବାରେ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ଚାଳକ ଓ ସହଯୋଗୀ ଫେରାର ହେ।ଇଯାଇଥିଲେ। ଗାଡି ସହ ପଥର ଜବତ କରି ରାଇପଡା ରାଜସ୍ବ କାର୍ଯ୍ୟାଳୟ ନିକଟରେ ରଖିଥିବା ଜଣାପଡିଛି। ଜବତ ଗାଡିର ଆଗପଟେ ଓ ପଛପଟେ ନମ୍ବରକୁ ଦେଖି ଏହାର ତଦନ୍ତ ଚାଲିଛି। ନୟାଗଡ଼ ରେ।ଡ ଟ୍ରାନସପେ।ର୍ଟ ଅଧିକାରୀ ପ୍ରଶାନ୍ତ କୁମାର ପରିଡା କହିଛନ୍ତି, ଗୋଟିଏ ଗାଡିରେ ଦୁଇଟି ନମ୍ବର ଆମ୍ଭ ପାଖରେ ଖବର ନଥିଲା। ତହସିଲଦାର ରିପୋର୍ଟ କଲେ ତଦନ୍ତ ହେ।ଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ରଣପୁର ଅଞ୍ଚଳରେ ଏଭଳି ଗୋଟିଏ ଗାଡି ଦୁଇଟି ନମ୍ବର ଚାଲୁଥିବା ଅନେକ ଅଭିଯୋଗ ହୋଇଛି ।

ଆରମ୍ଭ ହେଲା ଅଗଷ୍ଟ.. ମେଷ ଠାରୁ ମୀନ : ଜାଣନ୍ତୁ କିଏ ହେବେ ଧନୀ, କାହାର ଖୋଲିବ ଭାଗ୍ୟ, ମିଳିବ ଚାକିରି..

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories