www.samajalive.in
Friday, December 5, 2025
26.1 C
Bhubaneswar

ଟ୍ରମ୍ପଙ୍କ ଶୁଳ୍କ ସ୍ଥଗିତ, ଭାରତକୁ ମିଳିଲା ଗୋଟିଏ ସପ୍ତାହ ସମୟ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ଘୋଷଣା କରିଥିଲେ ଯେ ଅଗଷ୍ଟ ୧ରୁ ଅନେକ ଦେଶରେ ନୂତନ ଶୁଳ୍କ ହାର ଲାଗୁ ହେବ । ସମ୍ପ୍ରତି ରିପୋର୍ଟରୁ ଜଣାପଡିଛି ଯେ ଶୁଳ୍କ ହାର ଏବେ ଅଗଷ୍ଟ ୭ରୁ ଲାଗୁ ହେବ । ଯେଉଁ ଦେଶଗୁଡିକ ଆମେରିକା ସହିତ ବାଣିଜ୍ୟିକ ଅଂଶୀଦାର ଅଛନ୍ତି ସେମାନଙ୍କୁ ଆଶ୍ୱସ୍ତି ଦେଇ ଆମେରିକା ନୂତନ ଶୁଳ୍କ ଆଦେଶ ଉପରେ ସ୍ୱାକ୍ଷର କରିଛି ।
ହ୍ୱାଇଟ୍‍ ହାଉସ୍‍ ପକ୍ଷରୁ କୁହାଯାଇଛି ଯେ ବର୍ଦ୍ଧିତ ହାର ଏବେ ଅଗଷ୍ଟ ୧ନୁହେଁ ୭ରୁ ଲାଗୁ ହେବ । ଫଳରେ ଏହା ଦେଶ ଗୁଡିକୁ ଆହୁରି କିଛି ସମୟ ଦେଇଛି । ଏହାସହିତ ଆମେରିକା ଅନେକ ଦେଶ ସହିତ ବାଣିଜ୍ୟ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର କରିଛି । ୭୦ଟି ଦେଶ ମଧ୍ୟରେ କିଛି ଦେଶ ଅଛନ୍ତି ଯାହା ଉପରେ ୦ରୁ ୧୫ପ୍ରତିଶତ ଶୁଳ୍କ ଲାଗୁ କରାଯାଇଛି । ଅନ୍ୟ କିଛି ଦେଶଗୁଡିକ ଉପରେ ୪୧ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରାଯାଇଛି । ଆମେରିକା ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଘୋଷଣା କରିଛି । ଭାରତ ଅପେକ୍ଷା ପାକିସ୍ତାନ ଉପରେ କମ୍‍ ଶୁଳ୍କ ଲଗାଇଛି ଆମେରିକା ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories