www.samajalive.in
Monday, December 15, 2025
15.1 C
Bhubaneswar

ତ୍ରିପୁରା ମୁଖ୍ୟମନ୍ତ୍ରୀ ହେବେ ବିପ୍ଳବ ଦେବ !

ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଛି । ତ୍ରିପୁରାରେ ବିଜେପି ସରକାର ଗଢିବା ସ୍ପଷ୍ଟ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ପଦରେ କିଏ ବସିବ ସେ ନେଇ ଅଙ୍କକଶା ଆରମ୍ଭ ହୋଇଯାଇଛି । ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା ନକରି ବିଜେପି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଯୋଗ୍ୟ ନେତା ଥିଲେ ବି ବିଜେପି ନାମ ଘୋଷଣା କରିନଥିଲା । ବିଜୟ ପରେ ଏବେ ତ୍ରିପୁରା ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପ୍ରକାଶ ଯେ ବିଜେପି ଗତ ନିର୍ବାଚନରେ ତ୍ରିପୁରାରେ ଖାତା ଖୋଲିପାରିନଥିଲା । ତେବେ ଚଳିତ ନିର୍ବାଚନରେ ୬୦ ବିଧାନସଭା ଆସନରୁ ୪୦ଟି ଆସନରେ ବିଜେପି ବିଜୟ ଲାଭ କରିଛି । ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅନେକ ନେତାଙ୍କ ନାମ ଥିଲେ ବି ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବଙ୍କ ନାମ ସର୍ବାଗେ ରହିଛି । ବାମ ଦଳର ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ପରେ ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ଅଧିକ ଲୋକପ୍ରିୟ ବୋଲି କୁହାଯାଉଛି । ତ୍ରିପୁରାରେ ବିଜେପି ସଫଳତାର ସମସ୍ତ ଶ୍ରେୟ ବିପ୍ଳବଙ୍କୁ ଦିଆଯାଉଛି । ତ୍ରିପୁରାରେ ୨୫ ବର୍ଷର ବାମଗଡ଼କୁ ଭାଙ୍ଗି ସେ ଗେରୁଆ ରଙ୍ଗର ପତାକା ଉଡ଼ାଇବାରେ ସଫଳ ହୋଇଛନ୍ତି । ସେ ବନମାଳିପୁର ବିଧାନସଭା ଆସନରୁ ବିଜୟ ଲାଭ କରିଛନ୍ତି । ବିଜେପି ସଂସଦୀୟ କମିଟି ବୈଠକ ପରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଘୋଷଣା କରାଯିବ ବୋଲି କୁହାଯାଉଛି । ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ପୂର୍ବରୁ ଜଣେ ଜିମ୍‌ ପ୍ରଶିକ୍ଷକ ଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ବିଜେପି ରାଜ୍ୟ ସଭାପତି ଭାର ଦେଇଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories