www.samajalive.in
Sunday, December 14, 2025
15.1 C
Bhubaneswar

ବାମପନ୍ଥୀ ଦେଶର କୌଣସି ଅଂଶ ପାଇଁ ଠିକ୍‌ ନୁହଁ : ଅମିତ ଶାହା

ଅଗରତାଲା/ଶିଲଂ/ନୂଆଦିଲ୍ଲୀ : ତ୍ରିପୁରାରେ ୨୫ ବର୍ଷର ବାମ ଗଡ଼କୁ ଭାଙ୍ଗି ପ୍ରଥମ ଥର ବିଜେପି ସରକାର ଗଢିବାକୁ ଯାଉଛି । ଏହାସହ ନାଗାଲାଣ୍ଡରେ ବି ବିଜେପି ଭଲ ସ୍ଥିତିରେ ରହିଛି । ମେଘାଳୟରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ବି ଏକାକୀ ସରକାର ଗଢିବା ସ୍ଥିତିରେ ନାହିଁ । ତେଣୁ ମେଘାଳୟରେ ଝୁଲା ସରକାର ହେବା ସ୍ପଷ୍ଟ ହୋଇଯାଇଛି । ତେବେ ଉତ୍ତର-ପୂର୍ବର ଏହି ୩ ରାଜ୍ୟରେ ବାମ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବିଜେପିର ଅଶାତୀତ ସଫଳତାକୁ ନେଇ ବିଭିନ୍ନ ମହଲରୁ ଅଭିନନ୍ଦର ସୁଅ ଛୁଟୁଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହା ୩ ରାଜ୍ୟର ବିଜେପି ସଭାପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବାମପନ୍ଥୀ ଦେଶର କୌଣସି ସ୍ଥାନରେ ଶାସନ କରିବା ଠିକ୍‌ନୁହଁ ତାହା ଏଥିରୁ ସ୍ପଷ୍ଟ ହୋଇଯାଇଛି ବୋଲି ଅମିତ ଶାହା କହିଛନ୍ତି । ଅମିତ ଶାହା କହିଛନ୍ତି ଯେ ଏହା ନରେନ୍ଦ୍ର ମୋଦିଙ୍କ ଉତ୍ତର-ପୂର୍ବ ନୀତିର ବିଜୟ । ୨୦୧୪ ସମୟରେ ପଶ୍ଚିମ ପଟ ରାଜ୍ୟଗୁଡ଼ିକର ବିକାଶ ଓ ଉତ୍ତର-ପୂର୍ବ ରାଜ୍ୟର ବିକାଶ ମଧ୍ୟରେ ପ୍ରଭେଦ ଦେଖିବାକୁ ମିଳିଥିଲା । ଏହାକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବର ବିକାଶ ପାଇଁ ଏକ ନୀତି ଆରମ୍ଭ କରିଥିଲେ । ଏହି ନୀତିର ସଫଳତା ପୂର୍ବକ ନିର୍ବାଚନରେ ବହୁମତ ମିଳିଛି । ତ୍ରିପୁରାରେ ବିଜେପି ବହୁମତ ପାଇଥିଲେ ବି କ୍ୟାବିନେଟରେ ସହଯୋଗୀ ଦଳଙ୍କୁ ସୁଯୋଗ ଦିଆଯିବ । ବାମ ଦଳ ଗୁଡ଼ିକ ଦେଶର କୌଣସି ଅଂଶରେ ବି ଶାସନରେ ରହିବା ଠିକ୍‌ ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି । ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ବିଜେପି ଜିତିଲେ ଦଳର ସ୍ୱର୍ଣ୍ଣିମ ସମୟ ଆରମ୍ଭ ହେବ। କର୍ଣ୍ଣାଟକ ବିଧାନସଭା ନିର୍ବାଚନେର ବିଜେପି ଜିତିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ପ୍ରକାଶ ଯେ ଉତ୍ତର-ପୂର୍ବର ୩ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରା ବିଧାନସଭା ନିର୍ବାଚନର ଫଳାଫଳ ଚିତ୍ର ଏବେ ସ୍ପଷ୍ଟ ହୋଇଯାଇଛି । ତ୍ରିପୁରାରେ ଭାରତୀୟ ଜନତା ପାର୍ଟି (ବିଜେପି) ୨୫ ବର୍ଷର ବାମ ଗଡ଼କୁ ଭାଙ୍ଗି ବହୁମତ ସହ ସରକାର ଗଢିବାକୁ ଯାଉଛି । ସେହିପରି ନାଗାଲାଣ୍ଡରେ ବିଜେପିବି ଭଲ ସ୍ଥିତିରେ ରହିଛି । ମେଘାଳୟରେ କଂଗ୍ରେସ ଏବଂ ଏନପିପି ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories