www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ରାସନ ଘୋଟାଲା : ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

ପଶ୍ଚିମବଙ୍ଗ : ମହଙ୍ଗା ପଡିଲା ଇଡି ଗାଡି ଭଙ୍ଗାରୁଜ୍ଜା କରିବା । ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଗିରଫ ହୋଇଛନ୍ତି ତୃଣମୂଳ କଂଗ୍ରେସ ନେତା ଶଙ୍କର ଆଧ୍ୟା। ପିଡିଏସ୍ ରାସନ ଘୋଟାଲା ଅଭିଯୋଗରେ ଡିସେମ୍ବର ୫ ତାରିଖରେ  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରିଥିଲା। ଅଧିକ ଛାନଭିନ୍ କରିବା ପରେ ଇଡି ଶନିବାର ତାଙ୍କୁ ଗିରଫ କରିଛି। ଗିରଫ କରି ନେବାବେଳେ କିଛି ସ୍ଥାନୀୟ ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।

ସେପଟେ ଶଙ୍କରଙ୍କ ପତ୍ନୀଙ୍କ ଅଭିଯୋଗ ଯେ ଯାଞ୍ଚରେ ସହଯୋଗ କରିବା ପରେ ବି ଇଡି ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ସୂଚନା ମୂତାବକ ଗତକାଲି ଇଡି ଟିମ୍ ଶଙ୍କର ଆଧ୍ୟାଙ୍କ ଘରକୁ ରେଡ ପାଇଁ ଯାଉଥିବାବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ହଠାତ୍ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଆସି ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜାରେ କାରର ଆଗ ଓ ପଛ ପାଖର କାଚ ଭାଙ୍ଗିଯାଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories