www.samajalive.in
Sunday, December 14, 2025
17.1 C
Bhubaneswar

ପୁରୀକୁ ସାମିଲ ସହ ଗଠନ ହେବ ‘ଟ୍ରାଇ ସିଟି’

ଭୁବନେଶ୍ୱର: ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ‘ଟ୍ରାଇ ସିଟି ଗଠନ କରାଯିବ। ଏହାସହ ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧୂକ ନୂଆ ରିଂ ରୋଡ଼ ଏବଂ ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି  ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ କେବଳ ବଳ କଟକ ଓ ଭୁବନେଶ୍ଵର (ଟ୍ରିନ୍‌ସିଟି) ନୁହେଁ, ଏଥିରେ ପୁରୀକୁ ସାମିଲ କରି ‘ଟ୍ରାଇ ସିଟି’ର ମାନ୍ୟତା ପ୍ରଦାନ ସହ ଏହାର ବିକାଶ କରାଯିବ ଟାଉନ ପ୍ଲାନିଂ (ଟିପି) ସ୍କିମ୍ ଜରିଆରେ ସହରକୁ ସଂପ୍ରସାରଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ଟିପି ସ୍କିମ୍ ପାଇଁ ସ୍ବତନ୍ତ୍ର ବିଭାଗ କରି ଦାୟିତ୍ୱ ଦିଆଯିବ । ସମୟ ସୀମା ନିର୍ଦ୍ଧାରଣ କରାଯିବ। ପ୍ଲାନିଂ ପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ଖୋଲାଯିବ।

ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି ଯେ ପୁରୀକୁ ଛାଡ଼ି କିଛି କରାଯାଇପାରିବନି। ଭୁବନେଶ୍ବର ହେଉଛି ଏକ ଯୋଜନାବଦ୍ଧ ସହର। ଏଥିରେ କୌଣସି ଉଲ୍ଲଙ୍ଘନ କରାଯିବ ନାହିଁ । ନୀତି ନିୟମ ଭିତରେ କଳେବର ବୃଦ୍ଧି ପାଇଁ ଯୋଜନା ସହରର କରାଯାଉଛି। କେ କେବଳ ଭୁବନେଶ୍ଵର ନୁହେଁ, ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ୍ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଅଧିକ ଟାଉନ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ରଖାଯିବ।

- Advertisement -

ସେହିଭଳି ସହରାଞ୍ଚଳ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ଓଭରବ୍ରିଜ୍। ରାଜ୍ୟ ସରକାର ଏଥିପାଇଁ ପ୍ରାରମ୍ଭିକ ଯୋଜନା ଆରମ୍ଭ କରିଛନ୍ତି । ବିଭିନ୍ନ ସ୍ଥାନରେ ରିଂ ରୋଡ଼ ଏବଂ ଓଭରବ୍ରିଜ୍ କିପରି କେମିତି ନିର୍ମାଣ କରାଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀ ଦୁଇଥର ବୈଠକ କରି ଆଲୋଚନା କରିଛନ୍ତି। ତୁରନ୍ତ ପ୍ଲାନ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ଦେଖାଯାଉ ଥିବା ଟ୍ରାଫିକ୍ ସମସ୍ୟା ଦୂର ପାଇଁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଡବଲ ଡେକର ବସ୍ ସେବା ଆରମ୍ଭ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories