ଚଳନ୍ତା ଟ୍ରେନରେ ଦେଖାଉଥିଲେ ଷ୍ଟଣ୍ଟ, କ’ଣ ଘଟିଲା ଦେଖନ୍ତୁ ଭିଡ଼ିଓ

ଡେସ୍କ: ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରିବା ଆପଣ ବିଭିନ୍ନ ଚଳଚ୍ଚିତ୍ରରେ ନିଶ୍ଚିତ ଦେଖିଥିବେ । ଏହି ଷ୍ଟଣ୍ଟ କରିବା କେତେ କଷ୍ଟ ସାଧ୍ୟ ଆଉ ବିପଦଜ୍ଜନକ ତାହା ମଧ୍ୟ ଜାଣିଥିବେ । ତେବେ ଫିଲ୍ମରୁ ଦେଖିବା ପରେ କିଛି ଯୁବପୀଢି ଏହାକୁ ବାସ୍ତବ ଜୀବନରେ କରିବାକୁ ପ୍ରୟାସ କରୁଛନ୍ତି ଏବଂ ଅସୁବିଧାରେ ମଧ୍ୟ ପଡୁଛନ୍ତି । ଯେମିତି କି ଏହି ଯୁବକ ଜଣଙ୍କ । ଷ୍ଟଣ୍ଟ ପ୍ରଦର୍ଶନ କରିବା ସମୟରେ ଯୁବକ ଜଣଙ୍କ ହଠାତ ଟ୍ରେନର ଝରକା ଉପରକୁ ଚଢିଯାଇଥିଲେ । ଏହା ପରେ ସେ ଟ୍ରେନର ବଗି ଉପରକୁଯାଇ ଷ୍ଟଣ୍ଟ ଦେଖାଉଥିଲେ । ପରେ ତାଙ୍କ ଅବସ୍ଥା କଣ ହୋଇଥିଲା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ନିଶ୍ଚୟ ହେବେ ।

ଟ୍ରେନରେ ଯେକୌଣସି ସ୍ଥାନକୁ ଯାତ୍ରା କରିବା ସବୁଠାରୁ ସହଜ ମାଧ୍ୟମ ହୋଇଥାଏ । ଅନ୍ୟ ଉପାୟ ତୁଳନାରେ ଲୋକଙ୍କୁ ଦୂର ବାଟ ଯାତ୍ରା କରିବାକୁ ଟ୍ରେନରେ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଢିନଥାଏ । ଟ୍ରେନରେ ସିଟ ପାଇ କିଛି ଜଣ ବସିଥାନ୍ତି, କିନ୍ତୁ ଯେତେବେଳେ ଭିଡ଼ ଅଧିକ ହୋଇଥାଏ ସାମାନ୍ୟ ଅସୁବିଧା ଦେଖାଯାଏ । ଟ୍ରେନରେ ଟିଟିଇ କିମ୍ବା ଆରପିଏଫ କର୍ମଚାରୀ ମାନେ ବାରମ୍ବାର ଚେକ୍‍ କରିବାକୁ ଆସିବା ସହ ଲୋକଙ୍କୁ ସଚେତନ କରିଥାନ୍ତି । କିଏ ଯଦି ଟ୍ରେନର ଦ୍ୱାରରେ ଠିଆ ହୋଇଥିବେ କିମ୍ବା ଝରକା ବାହାରକୁ ହାତ ରଖିଥିବେ ତେବେ ସେମାନେ ଏହା ନକରିବାକୁ କହିଥାନ୍ତି । ତଥାପି କିଛି ଲୋକ ଚଳନ୍ତା ଟ୍ରେନରେ ଏପରି ଦୁଃସାହାସିକ କାର୍ଯ୍ୟ କରିଥାନ୍ତି ଯେ ଲୋକମାନେ ଦେଖିବା ପରେ ଚକିତ ହୋଇଯାଆନ୍ତି ।

ଏବେ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ବିପଜ୍ଜନକ ଅବସ୍ଥାରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବକ ଜଣକ କିପରି ଟ୍ରେନ୍ ଝରକାରୁ ଅଧା ବାହାରକୁ ଆସି ଷ୍ଟଣ୍ଟ୍ କରୁଛି । ଏଭଳି କରିବା ବେଳେ ସେ ଆଦୌ ଭୟଭୀତ ନୁହଁନ୍ତି ଯେ ସାମାନ୍ୟ ଭୁଲ୍ ମଧ୍ୟ ତାଙ୍କ ଜୀବନକୁ ବିପଦରେ ପକାଇବ । ସେ କିଛି ସେକେଣ୍ଡ ପାଇଁ ଝରକା ବାହାରକୁ ଆସି ଷ୍ଟଣ୍ଟ କରନ୍ତି, କିନ୍ତୁ ତା’ପରେ ସେ ଟ୍ରେନ୍ ଉପରକୁ ଚଢନ୍ତି । ଟ୍ରେନର ଉପର ବଗିରେ ଷ୍ଟଣ୍ଟ କରିବା ବେଳେ ଏହି ସମୟରେ, ସେ ହଠାତ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇପଡିଥିଲେ । ପରେ ଯୁବକଙ୍କୁ ଉଦ୍ଧାର କରିବା ସହ ସୌଭାଗ୍ୟ ବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି, କିନ୍ତୁ ତାଙ୍କର ଗୋଟିଏ ହାତ ଏବଂ ଶରୀର ପଡିଯାଇଥିବାରୁ ମେଡିକାରେ ଭର୍ତ୍ତି କରାଯାଇଛି ।

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓଟି ବେଶ ଭାଇରାଲ ହୋଇଛି । କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ କିଛି ନାପସନ୍ଦ କରିଛନ୍ତି । ଅନେକ ୟୁଜର୍ସ କମେଣ୍ଟ ଦେଇଛନ୍ତି ଯେ ଭଗବାନଙ୍କ ଦୟାରୁ ଯୁବକଙ୍କ ଜୀବନ ବଞ୍ଚିଯାଇଛି । ଆଉ କିଛି ଜଣ କହିଛନ୍ତି ଯେ ଯମରାଜ ସେତେବେଳେ ଅଯୋଧ୍ୟାରେ ଥିବାରୁ ଏହି ଯୁବକଙ୍କ ଜୀବନ ବଞ୍ଚିଗଲା ।

 

Comments are closed.