www.samajalive.in
Saturday, December 6, 2025
26.1 C
Bhubaneswar

୧୦ ହଜାରରୁ ଆରମ୍ଭ , ଆଜି କୋଟି କୋଟି ଟଙ୍କାର ମାଲିକ…

ନୂଆଦିଲ୍ଲୀ: କୁହାଯାଏ ସଫଳତା ପାଇବାକୁ ହେଲେ ବହୁ ବାଧାବିଘ୍ନ ଆସେ। ହେଲେ ଯିଏ ସେସବୁକୁ ଧୈର୍ଯ୍ୟ ସହକାରେ ଅତିକ୍ରମ କରିଯାନ୍ତି , ସେମାନେ ନିଶ୍ଚିତ ଭାବରେ ସଫଳତାର ଶୀର୍ଷରେ ପହଁଞ୍ଚନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି କଲିକତାର ରବି ମୋଦୀ। ସେ ନିଜର କଠିନ ପରିଶ୍ରମ ଯୋଗୁଁ ସଫଳତା ସାଉଁଟିଛନ୍ତି। ଦେଶର ବହୁ ବଡ ବଡ ଧନୀ ଲୋକଙ୍କ ତାଲିକାରେ ରବି ମୋଦୀଙ୍କ ନାମ ରହିଛି। ଆଜି ତାଙ୍କର ବାର୍ଷିକ ଆୟ ୨୦ ହଜାର କୋଟିରୁ ଅଧିକ ରହିଛି। ଆମେ କହୁଛୁ ଜଣାଶୁଣା କପଡା ବ୍ରାଣ୍ଡ ମାନ୍ୟବରର ପ୍ରତିଷ୍ଠାତା ତଥା ଏମଡି ରବି ମୋଦୀଙ୍କ କଥା ।  ସେ ଏହି ବ୍ୟବସାୟ କରିବା ପାଇଁ କୌଣସି ବଡ ଆକାରରେ ପୁଞ୍ଜି ବିନିଯୋଗ କରିନଥିଲେ । ସେ ନିଜ ମାଆଙ୍କଠାରୁ ମାତ୍ର ୧୦ ହଜାର ଟଙ୍କା ନେଇ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ଆଜି ତାଙ୍କର କଠିନ ପରିଶ୍ରମ ହେତୁ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଛନ୍ତି। କଲିକତାର ଏକ ସାଧାରଣ ପରିବାରରେ  ରବି ମୋଦୀ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଭଲ ପାଠ ପଢିବା ସହ ଗଣିତରେ ପାରଙ୍ଗମ ଥିଲେ। ରବିଙ୍କ ବାପା କଲିକତାରେ ଥିବା ଏକ ମାର୍କେଟରେ ଛୋଟ କପଡା ଦୋକାନଟିଏ କରିଥିଲେ । ଯେତେବେଳେ ରବିଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିଲା । ସେତେବେଳଠାରୁ ରବି ପ୍ରତିଦିନ ବାପାଙ୍କ ଦୋକାନ ଯାଇ ବାପାଙ୍କୁ ଦୋକାନ କାମରେ ସାହାର୍ଯ୍ୟ କରିବା ସହ ପାଠ ପଢୁଥିଲେ । ଯେତେବେଳେ  ସେ ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ତାଙ୍କୁ ଗଣିତରେ ୧୦୦ରୁ ୧୦୦ ମାର୍କ ମିଳିଥିଲା। ସ୍କୁଲ ଶିକ୍ଷା ଶେଷ ହେବା ପରେ ରବି କଲିକତାର ସେଣ୍ଟ ଜୋସେଫ୍ କଲେଜରେ ବାଣିଜ୍ୟରେ ନାମ ଲେଖାଇଲେ । କଲେଜ ପାଠ ସରିବା ପରେ ରବି ନିଜ ମାଆଙ୍କଠାରୁ ମାତ୍ର ୧୦ ହଜାର ଟଙ୍କା ନେଇ କପଡା ବିକିବା  ଆରମ୍ଭ କରିଥିଲେ। ପଶ୍ଚିମବଙ୍ଗ, ଓଡିଶା , ଉତ୍ତରପ୍ରଦେଶ , ବିହାର ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ସେ କପଡା ବିକିବା ଆରମ୍ଭ କଲେ । ଭଲ କ୍ବାଲିଟି ଏବଂ ଡିଜାଇନ୍ ଯୋଗୁଁ  କପଡା ଗୁଡିକ ଲୋକଙ୍କୁ ଖୁବ୍ ପସନ୍ଦ ଆସିଲା।  ଏହାପରେ ରବି ମୋଦୀ ନିଜ କପଡା ଗୁଡିକୁ ମାନ୍ୟବର ନାମ ଦେଲେ । ବଜାରରେ ବିକିବା ସହ ରବି ବିଶାଲ ମେଗା ମାର୍ଟ ଏବଂ ପାଣ୍ଟାଲୁନ୍ସ ଭଳି ବଡ ବଡ ଦୋକାନ ଗୁଡିକୁ ଟାର୍ଗେଟ କଲେ। ପରେ ଭୁବନେଶ୍ବରରେ ଏକ ବିରାଟ ସୋ ରୁମ୍ ଖୋଲିଥିଲେ । ଆଜି ଦେଶ ସାରା ତାଙ୍କର ୬୦୦ରୁ ଅଧିକ ବଡ ବଡ ଦୋକାନ ରହିଛି।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories