www.samajalive.in
Saturday, December 6, 2025
15.1 C
Bhubaneswar

ଇଟାଲୀ ଓ ଦକ୍ଷିଣ କୋରିଆ ଯାତ୍ରୀଙ୍କ ପାଇଁ କରୋନା ଭାଇରସ୍ ମୁକ୍ତ ପ୍ରମାଣପତ୍ର ଜରୁରୀ

ସମାଜ ପୋର୍ଟାଲ ଡେସ୍କ: ଭାରତକୁ ଭ୍ରମଣ ଉଦ୍ଦେଶ୍ୟରେ ଆସୁଥିବା ଇଟାଲୀ ଓ ଦକ୍ଷିଣ କୋରିଆ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଆଜି ଅତିରିକ୍ତ ଭ୍ରମଣ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ କରୋନା ଭୁତାଣୁ ପ୍ରଭାବିତ ଇଟାଲୀ ଓ ଦକ୍ଷିଣ କୋରିଆରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ମାରାତ୍ମକ କରୋନା ଭାଇରସ୍ ମୁକ୍ତ ପ୍ରମାଣପତ୍ର ଆଣିବାକୁ ପଡିବ। ଚଳିତ ମାର୍ଚ୍ଚ ୧୦ରୁ ଏହି ପରାମର୍ଶବଳି କାର୍ଯ୍ୟକାରୀ ହେବ ଏବଂ କୋଭିଡ – ୧୯ ମାମଲା ହ୍ରାସ ନ ହେବା ପର୍ଯ୍ୟନ୍ତ ଏହା ଏକ ସାମୟିକ ପଦକ୍ଷେପ ବୋଲି ସରକାର ଏକ ବିବୃତ୍ତିରେ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଭାରତରେ କରୋନା ଭାଇରସର ୨୯ଟି ମାମଲା ଚିହ୍ନଟ ହୋଇଛି। ପ୍ରଥମେ ଚୀନରେ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଏବେ ସୁଦ୍ଧା ୭୪ରୁ ଅଧିକ ଦେଶକୁ ବ୍ୟାପି ସାରିଛି ଏବଂ ସାରା ବିଶ୍ୱରେ ୩ ହଜାର ୨ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଚୀନ୍ ପରେ ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀରେ କରୋନା ଭାଇରସରେ ସର୍ବାଧିକ ମୃତ୍ୟୁ ଘଟିଛି। ପୂର୍ବରୁ ଭାରତ ସରକାର ଚୀନ୍, ଦକ୍ଷିଣ କୋରିଆ, ଇରାନ ଏବଂ ଇଟାଲୀ ଭଳି ଦେଶଗୁଡିକ ପାଇଁ ଭିସା ଏବଂ ଇ-ଭିସା ସ୍ଥଗିତ ରଖିଛି।

- Advertisement -

ପୂର୍ବରୁ ଭିସା ପ୍ରତିବନ୍ଧିତ ଇଟାଲୀ କିମ୍ବା କୋରିଆରୁ ଯାତ୍ରା କରୁଥିବା ଏବଂ ଭାରତରେ ପ୍ରବେଶ କରିବାକୁ ଇଚ୍ଛା କରୁଥିବା ଯାତ୍ରୀମାନେ ସେମାନଙ୍କ ଦେଶର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ପରୀକ୍ଷାଗାରରୁ କୋଭିଡ-୧୯ ମୁକ୍ତ ପ୍ରମାଣପତ୍ର ଆଣିବା ଆବଶ୍ୟକ। ଚଳିତ ମାସ ୧୦ ତାରିଖ ମଧ୍ୟରାତ୍ରୀରୁ ଏହା କାର୍ଯ୍ୟକାରୀ ହେବ ଏବଂ କରୋନା ଭୁତାଣୁ ସଂକ୍ରମଣ ମାମଲା ହ୍ରାସ ନହେବା ପର୍ଯ୍ୟନ୍ତ ଏହା ଏକ ଅସ୍ଥାୟୀ ପଦକ୍ଷେପ ଅଟେ ବୋଲି ବିବୃତ୍ତି ଜାରି କରାଯାଇଛି। ଗତକାଲି ସରକାର ମାର୍ଗଦର୍ଶିକା ଜାରି କରି ଫେବୃଆରୀ ୩ କିମ୍ବା ତା ପୂର୍ବରୁ ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଏବଂ ଜାପାନର ନାଗରିକମାନଙ୍କୁ ଦିଆଯାଇଥିବା ସମସ୍ତ ଭିସାକୁ ବାତିଲ କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories