www.samajalive.in
Saturday, December 6, 2025
16.1 C
Bhubaneswar

ବଦହଜମି ସମସ୍ୟା ଓ ସମାଧାନ

ବଦହଜମି ଏକ ସାଧାରଣ ସମସ୍ୟା। ପୃଥିବୀର ଶତକଡ଼ା କୋଡ଼ିଏ ଭାଗ ଲୋକ ସବୁ ସମୟରେ ଏହି ରୋଗରେ ପୀଡ଼ିତ ଥାଆନ୍ତି। ଏହି ରୋଗରେ ଉପର ପେଟରେ ଯନ୍ତ୍ରଣା ହୁଏ। ଏହା ଏକ ମାସରୁ ଅଧିକ ଲାଗି ରହିଲେ ବଦହଜମି ପାଇଁ ପରୀକ୍ଷା କରାଇନେବା ଉଚିତ। ଯନ୍ତ୍ରଣା ସହିତ ଛାତି ପୋଡ଼ିବା, ପେଟଫୁଲିବା, ଆମ୍ବିଳା ହାକୁଟି ମାରିବା ଭଳି ମଧ୍ୟ ଲକ୍ଷଣ ଦେଖାଦେଇଥାଏ। ଏଭଳି ହେଲେ ସାଧାରଣତଃ ପାକସ୍ଥଳୀ ଏଣ୍ଡୋସ୍କୋପି ପରୀକ୍ଷା କରି ଖାଦ୍ୟନଳୀ, ପାକସ୍ଥଳୀ ଘା’, କ୍ୟାନସର ପ୍ରଭୃତି ହୋଇଛି କି ନାହିଁ ବୋଲି ଦେଖିନେବା ଭଲ।

ଆଗରୁ କୁହାଯାଉଥିଲା ଯେ, ବ୍ୟସ୍ତବହୁଳ ଜୀବନରେ ଖାଇବା ପିଇବା ଠିକ୍‌ ନହେଲେ, ଅଧିକ ଚିନ୍ତାଗ୍ରସ୍ତ ହୋଇ କନ୍ଦାକଟା କରି ଅବସାଦରେ ରହିଲେ କିମ୍ବା ବେଶୀ ମସଲା ତରକାରି ଖାଇଲେ ପାକସ୍ଥଳୀରେ ଘା ଓ ବଦହଜମି ହୁଏ। ଏବେ କିନ୍ତୁ ଏହି ଜୀବାଣୁ ଏଚ୍‌. ପାଇଲୋରି ଏହାର ନିର୍ଦିଷ୍ଟ କାରଣ ବୋଲି କୁହାଯାଉଛି ଏବଂ ସ୍ୱତନ୍ତ୍ର ଆଣ୍ଟିବାୟୋଟିକ୍‌ ଚିକିତ୍ସା ଦ୍ୱାରା ଏହା ଭଲ ହେଉଛି। ଫଳରେ ପାକସ୍ଥଳୀର ଘା’ ଆଉ ଅପରେସନ୍‌ ହେବା ଆବଶ୍ୟକ ହେଉନାହିଁ।

- Advertisement -

ଷାଠିଏ ବର୍ଷରୁ ଊର୍ଦ୍ଧ୍ବ ସବୁ ବଦହଜମି ରୋଗୀ ପେଟର ଏଣ୍ଡୋସ୍କୋପି କରି ପାକସ୍ଥଳୀରେ କ୍ୟାନସର ଅଛି କି ନାହିଁ ଦେଖିନେବା ଦରକାର।

ଷାଠିଏ ବର୍ଷରୁ କମ୍‌ ବୟସର ଲୋକମାନେ ଏଚ. ପାଇଲୋରୀ ଜୀବାଣୁ ପାଇଁ ପରୀକ୍ଷା କରାଇବା ଜରୁରୀ। ଏହିଭଳି ରୋଗୀମାନଙ୍କୁ ପାଣ୍ଟୋପ୍ରାଜଲ ଲିଭୋ ସଲପ୍ରାଇଡ୍‌ ଓ ଆଣ୍ଟିବାୟୋଟିକ ଭଳି ଔଷଧ ମାଧ୍ୟମରେ ଚିକିତ୍ସା କରିବା ଆବଶ୍ୟକ – ଅସ୍ତ୍ରୋପଚାର ଦରକାର ପଡ଼େ ନାହିଁ।

ଏଭଳି ରୋଗୀଙ୍କୁ ବାରମ୍ବାର ପରୀକ୍ଷା ନକରାଇ ଏହି ପ୍ରକାର ଔଷଧ ସହ ଆୟୁର୍ବେଦୀୟ ଔଷଧ, ତୁଟୁକା ଔଷଧ, ହୋମିଓପାଥି କିମ୍ବା ସିଦ୍ଧ ଔଷଧ ଦିଆଯାଇପାରେ; କିନ୍ତୁ ଏଥିରେ ବେଶି ଉପକାର ମିଳି ନଥାଏ।

ଏହା ସହିତ ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା, ଜଳନେତି ଭଳି ଚିକିତ୍ସା ମଧ୍ୟ ସାହାଯ୍ୟ କରେ।

ପାକସ୍ଥଳୀ ଭିତରେ ରୋଗ ନଥିବା ବଦହଜମିକୁ ‘ଫଙ୍କ୍‌ସନାଲ ଡିସ୍‌ପେପ୍‌ସିଆ’ କୁହାଯାଏ। ସେଥିପାଇଁ ମନ ନିୟନ୍ତ୍ରଣ ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ। ଏଥିରେ ନିରୋଳା ଆତ୍ମଚିନ୍ତନ ଉପକାର ଦେଇଥାଏ। ବେଳେବେଳେ ଅନ୍ତ୍ରନଳୀର କାର୍ୟ୍ୟରେ ବାଧା (ଗାଷ୍ଟ୍ରୋପାରେସିସ୍‌) ଜଟିଳ ଡାଇବେଟିସ୍‌ ରୋଗ ଯୋଗୁଁ ହୋଇଥାଏ। ସେସବୁ କ୍ଷେତ୍ରରେ ଡାଇବେଟିସ୍‌ର ସଘନ ଚିକିତ୍ସା କରିବା ଆବଶ୍ୟକ।

ତୁଟୁକା ଚିକିତ୍ସାରେ ଅଦା, ଶୁଣ୍ଠି, ଲେମ୍ବୁରସ, ଲବଙ୍ଗ, ପାନମହୁରି ମଧ୍ୟ ଏକକ ଭାବରେ ବଦହଜମି ପାଇଁ ବ୍ୟବହାର କରାଯାଏ। ଜୀବନଶୈଳୀରେ ପରିବର୍ତ୍ତନ, ସିଗାରେଟ, ବିଡ଼ି, ପାନ, ଗୁଣ୍ଡି, ଗୁଡ଼ାଖୁ, ଗୁଟ୍‌ଖା, ମଦପାନରୁ ବିରତି ଏହି ରୋଗରୁ ସୁରକ୍ଷା ଦେଇଥାଏ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories