www.samajalive.in
Monday, December 8, 2025
27.1 C
Bhubaneswar

କରୋନା ପାଇଁ “ରାଧେ” ଶୁଟିଂ ବାତିଲ କଲେ ସଲମାନ୍

ମୁମ୍ବଇ : ସମଗ୍ର ବିଶ୍ବରେ କରୋନା ଭୂତାଣୁ ଯୋଗୁଁ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଏହି ବିପଜ୍ଜନକ ଭୂତାଣୁର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ପଡ଼ିଛି। ଅନେକ ତାରକା କରୋନା ଭୟରେ ସେମାନଙ୍କର ଫିଲ୍ମ ଶୁଟିଂକୁ ବାତିଲ କରିଛନ୍ତି। ଅନେକ ସ୍ଥାନରେ ପ୍ରେକ୍ଷାଳୟ ବନ୍ଦ ମଧ୍ୟ ହୋଇଯାଇଛି। ଏପରିକି ଚଳଚ୍ଚିତ୍ରର ସୁଟିଂ ଏବଂ ପ୍ରମୋସନାଲ କାର୍ଯ୍ୟକଳାପକୁ ବାତିଲ କରାଯାଇଛି। କରୋନା ଭୂତାଣୁକୁ ଭୟ କରି ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର “ରାଧେ” ସିନେମାର ଥାଇଲାଣ୍ଡ ଶୁଟିଂକୁ ମଧ୍ୟ ବାତିଲ କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସଲମାନ ଖାନ ରାଧେ ଚଳଚ୍ଚିତ୍ର ପାଇଁ ଥାଇଲାଣ୍ଡରେ ଶୁଟିଂ କରିବାକୁ ଯାଉଥିଲେ। କିନ୍ତୁ କରୋନା ଭୂତାଣୁ ହେତୁ ରାଧେ ଫିଲ୍ମର ଶୁଟିଂ ବନ୍ଦ ରଖିଥିବା ଜଣାପଡ଼ିଛି।
ଏହାପୂର୍ବରୁ ସଲମାନ ଖାନ ସାମାଜିକ ଗଣମାଧ୍ୟମରେ ନିଜର ଖାଲି ଦେହର ଏକ ଚିତ୍ର ସେୟାର କରିଥିଲେ ଏବଂ କରୋନା ଜୀବାଣୁ ଏଡାଇବା ପାଇଁ ଟିପ୍ସ ଦେଇଥିଲେ। ସଲମାନ ସେୟାର କରିଥିବା ଫଟୋରେ ସେ ଜିମରେ ବସିଥିବା ନଜର ଆସିଥିଲେ। ସାର୍ଟଲେସରେ ବସିଥିବା ସଲମାନ ଖାନ ଫୋଲ୍ଡ ହାତରେ ଅଭିବାଦନ କରୁଥିବା ଦେଖାଯାଇଛି।

pic courtesy-aajtak

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories