www.samajalive.in
Monday, December 15, 2025
17.1 C
Bhubaneswar

ଯେସାକୁ ତେସା ନୀତି, ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସା ବାତିଲ

ନୂଆଦିଲ୍ଲୀ: ଚୀନ ବିରୋଧରେ ଭାରତ ଯେସାକୁ ତେସା ନୀତି ଆପଣାଇଛି। ଭାରତର ପ୍ରାୟ ୨୨,୦୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ଲାଗି ନିଜ ଦେଶକୁ ଯିବା ଲାଗି ଚୀନ ଅନୁମତି ଦେଉ ନଥିବାବେଳେ ଭାରତ ଏହାର ଦୃଢ ଜବାବ ଦେଇଛି। ଜବାବ ସ୍ବରୂପ ଭାରତ ସରକାର ଚୀନର ନାଗରିକଙ୍କୁ ପ୍ରଦାନ କରିଥିବା ସମସ୍ତ ପର୍ଯ୍ୟଟନ ଭିସାକୁ ବାତିଲ କରିଦେଇଛନ୍ତି। ଆନ୍ତର୍ଜାତିକ ବିମାନ ପରିବହନ ସଂଘ (ଆଇଏଟିଏ)ର କହିବା ଅନୁଯାୟୀ ଏପ୍ରିଲ ୨୦ ତାରିଖରୁ ଚୀନ ନାଗରିକଙ୍କ ପର୍ଯ୍ୟଟନ ଭିସାକୁ ଭାରତ ସରକାର ବାତିଲ କରିଛନ୍ତି। ତେଣୁ ଚୀନ ନାଗରିକମାନେ ଏବେ ପର୍ଯ୍ୟଟନ ଭିସାରେ ଭାରତ ଆସିପାରିବେ ନାହିଁ। ଚୀନ ନାଗରିକଙ୍କ ସମସ୍ତ ପର୍ଯ୍ୟଟନ ଭିସା ଅବୈଧ ଘୋଷିତ ହୋଇଛି। ୨୦୨୦ରେ କରୋନା ମହାମାରୀ ଆରମ୍ଭ ହେବାର ପରେ ଚୀନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ସ୍ବଦେଶ ଫେରିଆସିଥିଲେ।

ଏବେ ମହାମାରୀର ପ୍ରକୋପ କମିଥିବାବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଫେରିବା ଲାଗି ଚୀନ ସରକାର ଅନୁମତି ଦେଉ ନାହାନ୍ତି। ଭାରତୀୟ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ଅନୁମତି ଦେବାଲାଗି ଭାରତ ସରକାର ଅନେକ ଥର ଅନୁରୋଧ କରିଥିଲେ ମଧ୍ୟ ବେଜିଂ ଏଥିପ୍ରତି କୌଣସି ପଦକ୍ଷେପ ନେଇ ନାହିଁ। ଫଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରରେ ରହିଛି। ପର୍ଯ୍ୟଟନ ଭିସା ବ୍ୟତୀତ ଅନ୍ୟ ଭିସାଧାରୀ ଚୀନ ନାଗରିକମାନେ ଭାରତ ଆସିପାରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି।

- Advertisement -

ବାଗଚିଙ୍କ କହିବା ଅନୁଯାୟୀ ମାର୍ଚ୍ଚ ୧୭ରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବାଗଚି କହିଛନ୍ତି ଯେ ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରତି ଏକ ସହାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ପୋଷଣ ନିମନ୍ତେ ଭାରତ ବାରମ୍ବାର ନିବେଦନ କରିଆସିଥିଲେ ମଧ୍ୟ ଚୀନ ଏଥିପ୍ରତି କୌଣସି ଧ୍ୟାନ ଦେଇ ନଥିଲା। ଫେବୃଆରୀ ୮ରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ଯେ ତାଙ୍କ ଦେଶ ଏ ପ୍ରସଙ୍ଗରେ ଅନୁଧ୍ୟାନ କରୁଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଚୀନ ଏହି ପ୍ରସଙ୍ଗରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଜଣାଇ ନାହିଁ। ନିକଟରେ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱିଙ୍କ ଭାରତ ଗସ୍ତ କାଳରେ ବୈଦେଶିକ ମନ୍ତ୍ରୀ ଏହି ଏସ୍ ଜୟଶଙ୍କର ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories