www.samajalive.in
Sunday, December 7, 2025
23.1 C
Bhubaneswar

ଭ୍ରମଣର ନିଆରା ମଜା ନେବା ପାଇଁ ଯାଆନ୍ତୁ ଏହି ପର୍ଯ୍ୟଟନସ୍ଥଳୀ

ଭ୍ରମଣ ପାଇଁ ବହୁ ଆକର୍ଷଣୀୟ ସ୍ଥାନ ମାନଙ୍କ ମଧ୍ୟରୁ ଅହମ୍ମଦାବାଦ ଠାରୁ ଦୀବ ପର୍ଯ୍ୟନ୍ତ ଥିବା ସ୍ଥାନ ବେଶ ମନମୁଗ୍ଧକର ଅଟେ। ଏଠାରେ ଥିବା ସ୍ଥାନ ଗୁଡ଼ିକୁ ବୁଲିବା ପାଇଁ ୩ ରୁ ୪ ଦିନ ସମୟ ଲାଗିବ। ଅହମ୍ମଦାବାଦ ରୁ ଦୀବ ଠାରେ ପହଞ୍ଚିବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ। ଏହି ରାସ୍ତାରେ ଯିବା ସମୟରେ କେତେକ ଦର୍ଶନୀୟ ସ୍ଥାନ ମଧ୍ୟ ରହିଛି।
ଅହମ୍ମଦାବାଦ ଠାରୁ ୪୭ ନମ୍ବର ଜାତୀୟରାଜପଥରେ ୩ ଘଣ୍ଟାର ରାସ୍ତା ଅତିକ୍ରମ କରିବା ପରେ ପ୍ରଥମେ ରାଜକୋଟରେ ପହଞ୍ଚିବେ। ଏହି ରାସ୍ତାରେ ଯାତ୍ରା କରିବା ସମୟରେ ଆପଣ ସୁନ୍ଦର ସୁନ୍ଦର ପ୍ରାକୃତିକ ପରିବେଶ ସହ ସୁଆଦିଆ ଖାଦ୍ୟଦ୍ରବ୍ୟ ମିଳିଥାଏ। ସେଠାରୁ ଦୀବ ଯିବା ପାଇଁ ରାସ୍ତାର ଆରମ୍ଭ ହୋଇଛି। ଏଠାରୁ ୧୫୧ ନମ୍ବର ଜାତୀୟ ରାଜପଥ ଓ ୫୧ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଯିବା ସୁବିଧାଜନକ ଅଟେ। ଏହି ରାସ୍ତାରେ ଯିବା ବେଳେ ଆପଣ ସୋମନାଥ ମନ୍ଦିରର ଦର୍ଶନ କରିପାରିବେ। ଏଠାରୁ ଦୀବର ଦୂରତା ହେଉଛି ୮୦ କିଲୋମିଟର।
ଗଙ୍ଗେଶ୍ୱର ମହାଦେବ ମନ୍ଦିର – ନାଗୋଆ ବୀଚ ଠାରୁ ୪ କି.ମି ଦୂରରେ ଗଙ୍ଗେଶ୍ୱର ମହାଦେବ ମନ୍ଦିର ରହିଛି। ସମୁଦ୍ର କୂଳରେ ନିର୍ମିତ ଏହି ମନ୍ଦିରର ଏକ ଧାର୍ମିକ ମାନ୍ୟତା ରହିଛି। ଏହା ଦେଖିବା ପାଇଁ ବାସ୍ତବିକ ଏକ ସୁନ୍ଦର ସ୍ଥାନ ଅଟେ।
ନେଦା ଗୁମ୍ଫା – ଗଙ୍ଗେଶ୍ୱର ମନ୍ଦିର ଠାରୁ ୩.୫ କି.ମି ଦୂରରେ ଥିବା ଏହି ଗୁମ୍ଫାରେ ଫଟୋଗ୍ରାଫିର ମଜା ଖୁବ ନିଆରା ଅଟେ। ଏହା ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଅଟେ।
ନେଦା ଗୁମ୍ଫା ଠାରୁ ୨କି.ମି ଆଗକୁ ଗଲେ ସେଣ୍ଟ ପଲ ଚର୍ଚ। ଯାହାର କାରୁକାର୍ଯ୍ୟ ଖୁବ ସୁନ୍ଦର। ଏହି ଚର୍ଚ ଦୀବର ଏକ ପ୍ରଧାନ ସ୍ଥାନ ଅଟେ।
ସେଣ୍ଟ ପଲ ଚର୍ଚ ଠାରୁ ପ୍ରାୟ ୦.୭ କି.ମି ଦୂରରେ ଦୀବ ଫୋର୍ଟ ଅବସ୍ଥିତ। ଏହା ମଧ୍ୟ ଏକ ସୁନ୍ଦର ସ୍ଥାନ ଅଟେ। ଏଠାକୁ ଆସି ପର୍ଯ୍ୟଟକ ଫଟୋ ଉଠାଇବା ସହ ଭ୍ରମଣର ବେଶ ମଜା ନେଇଥାଆନ୍ତି।
ଦୀବ ଫୋର୍ଟ ଠାରୁ ପାନୀ କୋଠାର ସୁନ୍ଦରତା ଦେଖିବା ଏକ ନିଆରା ମଜା। ଚଳଚ୍ଚିତ୍ର ସୁଟିଂ ପାଇଁ ମଧ୍ୟ ଏହି ସ୍ଥାନର ମାନ୍ୟତା ରହିଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories