www.samajalive.in
Friday, December 5, 2025
17.1 C
Bhubaneswar

ଦିଲ୍ଲୀର ଶସ୍ତା ବଜାର, ମିଳିଥାଏ ରୁଚି ଅନୁଯାୟୀ ଜିନିଷ ଓ ସୁସ୍ୱାଦୁ ବ୍ୟଞ୍ଜନ

ଦିଲ୍ଲୀ ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଓ ମାର୍କେଟ ମଧ୍ୟରେ ଏଭଳି କେତେକ ସ୍ଥାନ ରହିଛି, ଯେଉଁଠାରେ ଆପଣଙ୍କ ରୁଚି ଅନୁଯାୟୀ ଜିନିଷ ଓ ସୁସ୍ୱାଦୁ ବ୍ୟଞ୍ଜନ ମଧ୍ୟ ମିଳିଥାଏ। ଦିଲ୍ଲୀ ବିଭିନ୍ନ ଦୃଷ୍ଟି କୋଣରୁ ପ୍ରସିଦ୍ଧ। ବୃହତ୍ତକାୟ ଅଟ୍ଟାଳିକା, ବହୁ କାର୍ଯ୍ୟାଳୟ, ଷ୍ଟ୍ରୀଟ୍‍ ଫୁଡ଼, ଐତିହାସିକ ସ୍ଥାନ, ବିଭିନ୍ନ ମାର୍କେଟ ଯେଉଁଠାରେ ଖୁବ ଶସ୍ତାରେ ଜିନିଷ ମିଳିଥାଏ। ଜାଣନ୍ତୁ ଦିଲ୍ଲୀ କିଛି ସେଭଳି ମାର୍କେଟ ବିଷୟରେ….
ଛତରପୁର –
ଏହି ସ୍ଥାନରେ ରଙ୍ଗବେରଙ୍ଗ ଓ ବହୁ ପ୍ରକାର ସୁନ୍ଦର ଫୁଲ ମିଳିଥାଏ। ସେହି ସମୟରେ ରଙ୍ଗବେରଙ୍ଗର ଫୁଲରେ ସ୍ଥାନଟି ଖୁବ ସୁନ୍ଦର ଦେଖାଯାଏ। ଏହାସହ ରାସ୍ତା କଡ଼ରେ ବିଭିନ୍ନ ପ୍ରକାର ଫୁଲ ମଧ୍ୟ ବିକ୍ରି ହୋଇଥାଏ।
ତିଲକ ନଗର –
ଦିଲ୍ଲୀର ପ୍ରାୟ ବହୁ ସ୍ଥାନରେ ଖୁବ ସୁଆଦିଆ ଷ୍ଟ୍ରୀଟ୍‍ ଫୁଡ଼ ମିଳିଥାଏ। ମାତ୍ର ତିଲକ ନଗର ରାସ୍ତାରେ ଭିନ୍ନ ଭିନ୍ନ ପ୍ରକାରର ସୁଆଦିଆ ବ୍ୟଞ୍ଜନ ଓ ବହୁ ଖାଦ୍ୟପେୟ ଜିନିଷ ମିଳିଥାଏ। ଯାହାର ମଜା ନେବା ପାଇଁ ବହୁଳ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥାଏ।
ବଲ୍ଲୀମାରାମ ବଜାର –
ପୁରୁଣା ଦିଲ୍ଲୀର ବଲ୍ଲୀମାରାମ ବଜାରରେ ଆପଣ ଛୋଟ ଠାରୁ ଆରମ୍ଭ କରି ବଡ଼ ସମସ୍ତ ପ୍ରକାରର ଷ୍ଟାଇଲିସ ଓ ଚକ୍ଷୁ ପାଇଁ ଡ଼ାକ୍ତରୀ ଚଷମା ପାଇପାରିବେ।
ସତ୍ୟ ନିକେତନ –
ଏଠାରେ ଶସ୍ତାରେ କୋଲ୍ଡ କଫି ଓ ପିଜ୍ଜା ମିଳିଥାଏ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ନିକଟରେ ବହୁ ପ୍ରକାରର କାଫେ ଓ ଅନ୍ୟାନ୍ୟ ରେସ୍ତୋରା ରହିଛି। ଯେଉଁଠାରେ ଶସ୍ତାରେ ଆପଣ ଦୁନିଆର ବିଭିନ୍ନ ପ୍ରକାର ଖାଦ୍ୟପେୟ ପାଇପାରିବେ ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ନେଇପାରିବେ।
ଖାରୀ ବାଓଲୀ ରୋଡ଼୍‍ –
ଚାନ୍ଦିନୀ ଚୌକର ନିକଟରେ ଥିବା ଖାରୀ ବାଓଲୀ ରୋଡ଼୍‍ ଭାରତ-ଏସିଆର ସବୁଠାରୁ ବଡ଼ ମସଲା ବଜାର ଭାବରେ ବେଶ ଜଣାଶୁଣା। ଏଠାରେ ଆପଣ ସମସ୍ତ ପ୍ରକାର ମସଲା ପାଇପାରିବେ। ଏହାସହ ରଙ୍ଗବେରଙ୍ଗ ଆକାର ବହୁ ମସଲା ଜାତୀୟ ଦ୍ରବ୍ୟର ଫଟୋ ଉଠାଇପାରିବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories