www.samajalive.in
Saturday, December 6, 2025
17.1 C
Bhubaneswar

କେରଳ ରାହୁଲଙ୍କୁ ନିର୍ବାଚିତ କରି ବିନାଶକାରୀ ପଦକ୍ଷେପ ନେଇଛି: ରାମଚନ୍ଦ୍ର ଗୁହା

କୋଝିକୋଡ: କେରଳ ରାହୁଲ ଗାନ୍ଧୀଙ୍କୁ ନିର୍ବାଚିତ କରି ଏକ ବିନାଶକାରୀ ପଦକ୍ଷେପ ନେଇଛି। ଭାରତୀୟ ରାଜନୀତିରେ ପରିଶ୍ରମୀ ଏବଂ ଆତ୍ମନିର୍ଭରଶୀଳ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ୫ମ ପିଢ଼ିର ବଂଶଜ ରାହୁଲଙ୍କ ପାଇଁ କୌଣସି ସୁଯୋଗ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚକ ଭାବେ ଜଣାଶୁଣା ବିଶିଷ୍ଟ ଐତିହାସିକ ରାମଚନ୍ଦ୍ର ଗୁହା ଏହା କହିଛନ୍ତି। କେରଳ ସାହିତ୍ୟିକ ସମାରୋହରେ ‘ଦେଶଭକ୍ତି ବନାମ ଅନ୍ଧ ରାଷ୍ଟ୍ରବାଦ’ ଶୀର୍ଷକ ଆଲୋଚନାରେ ଭାଗନେଇ ଗୁହା କହିଥିଲେ, ମୁଁ ବ୍ୟକ୍ତିଗତ ସ୍ତରରେ ରାହୁଲ ଗାନ୍ଧୀଙ୍କୁ ବିରୋଧ କରୁନାହିଁ। ସେ ଜଣେ ଭଲ ସଂସ୍କାରୀ ବ୍ୟକ୍ତି। କିନ୍ତୁ ଯୁବ ଭାରତ ପଞ୍ଚମ ପିଢ଼ିର ବଂଶବାଦୀଙ୍କୁ ଚାହୁଁନାହିଁ। ଯଦି ଆପଣ ମାଲୟାଲୀମାନେ ୨୦୨୪ରେ ବି ରାହୁଲଙ୍କୁ ୨ୟ ଥର ନିର୍ବାଚିତ କରିବାର ଭୁଲ କରିବେ, ତେବେ ଆପଣ ପରୋକ୍ଷରେ ନରେନ୍ଦ୍ର ମୋଦୀଙ୍କୁ ହିଁ ଲାଭ ପହଞ୍ଚାଇବେ।

ସେ ଆହୁରି କହିଥିଲେ, ନରେନ୍ଦ୍ର ମୋଦୀ ୧୫ ବର୍ଷ ପର୍ଯ୍ୟନ୍ତ ଏକ ରାଜ୍ୟର କ୍ଷମତା ସମ୍ଭାଳିଲେ। ତାଙ୍କର ପ୍ରଶାସନିକ ଅନୁଭବ ରହିଛି। ସେ ବହୁତ ପରିଶ୍ରମୀ ବ୍ୟକ୍ତି ଏବଂ ସେ କେବେ ଛୁଟି କାଟିବାକୁ ୟୁରୋପ ଯାଆନ୍ତି ନାହିଁ। କେରଳ କଂଗ୍ରେସ ନେତା ରାହୁଲଙ୍କୁ ସଂସଦକୁ ପଠାଇ ବଡ଼ ବିନାଶକାରୀ ପଦକ୍ଷେପ ନେଇଛି। ସ୍ବାଧୀନତା ଆନ୍ଦୋଳନ ସମୟରେ ଏକ ମହାନ ଦଳ ରହିଥିବା କଂଗ୍ରେସର ‘ନିରାଶ ପାରିବାରିକ କମ୍ପାନୀ’ରେ ପତନ ହୋଇଯାଇଛି, ଯାହା ଭାରତରେ ହିନ୍ଦୁତ୍ଵ ଏବଂ ଅନ୍ଧ ରାଷ୍ଟ୍ରବାଦର ପ୍ରଭୁତ୍ଵ ବୃଦ୍ଧିର କାରଣରୁ ଗୋଟିଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories