www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରେଡ଼ ପକୋଡ଼ା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୧୨ଟି
କ୍ଷୀର – ୨କପ
ତେଲ – ଆବଶ୍ୟକ ପରିମାଣରେ
କୋରା ପନିର – ୧କପ
କଟା ପିଆଜ – ୨ଟି
କଟା କଞ୍ଚା ଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଅଳ୍ପ
ସସ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟିର ମାଟିଆ ଅଂଶକୁ କାଢି ଏହାକୁ ସିଝା କ୍ଷୀରରେ ବତୁରାଇ ଦିଅନ୍ତୁ। କିଛି ସମୟ ପରେ କ୍ଷୀରକୁ ଭଲ ଭାବେ ଛାଣି ଅଟା ଭଳି ପାଉଁରୁଟି ଚକଟି ରଖନ୍ତୁ। ଏବେ ଏକ ପାତ୍ରରେ କଟା ପିଆଜ, ପନିର, ଲଙ୍କା ଗୁଣ୍ଡ, ଲୁଣ, ଚାର୍ଟ ମସଲା ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏହାପରେ ଚକଟି ଥିବା ପାଉଁରୁଟିକୁ ବଲ୍‍ ଆକୃତିର କରି ଏହା ମଧ୍ୟରେ ମିଶ୍ରଣକୁ ଭର୍ତ୍ତି କରି ଗୋଲ ଆକୃତିର କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତତ କରିଥିବା ବଲ୍‍ କୁ ଛାଣି ଦିଅନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼ ପକୋଡ଼ା । ଏହାକୁ ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories