www.samajalive.in
Friday, December 5, 2025
17.1 C
Bhubaneswar

ଖ୍ରୀଷ୍ଟମାସ ଅବସରରେ ଭ୍ରମଣ ପାଇଁ ଯାଆନ୍ତୁ ସାନ୍ତାଙ୍କ ପ୍ରକୃତ ଗାଁ

ପିଲାଦିନେ ସମସ୍ତେ ନିଶ୍ଚୟ ସାନ୍ତା କ୍ଲଜଙ୍କ କାହାଣୀ ଶୁଣିଥିବେ। ଏକ ଛୋଟ କାଗଜରେ ନିଜର ଇଚ୍ଛା ସବୁ ଲେଖି ପରଦିନ ସକାଳେ ସେ ସବୁ ପୂରଣ ହେଉ ବୋଲି ମଧ୍ୟ ଅପେକ୍ଷା କରିଥାଆନ୍ତି। ମାତ୍ର ସାନ୍ତା କ୍ଲଜଙ୍କ ଜଡ଼ିତ କିଛି କଥା ଓ ଏପରି ଏକ ସ୍ଥାନ ରହିଛି , ଯେଉଁଠାରେ ସାନ୍ତା ରହିଛନ୍ତି ବୋଲି କୁହାଯାଏ। ଜାଣନ୍ତୁ ଏହା ବିଷୟରେ ….
ଫିନଲ୍ୟାଣ୍ଡରେ ରୋବାନିଏମୀ ନାମକ ଏକ ସ୍ଥାନ ରହିଛି, କୁହାଯାଏ ଏଠାରେ ହିଁ ସାନ୍ତା ଗାଁ ରହିଛି। ଏଠାରେ ଅତ୍ୟଧିକ ମାତ୍ରାରେ ଥଣ୍ଡା ଅନୁଭବ ହୋଇଥାଏ। ଏହାସହ ୬ ମାସ ଦିନ ଓ ୬ ମାସ ରାତି ହେଉଥିବା ଏହି ଦେଶ ବର୍ଷଯାକ ବରଫର ଚାଦରରେ ଆଚ୍ଛାଦିତ ହୋଇ ରହିଥାଏ। ରୋବାନିଏମୀରେ ଏକ ଛୋଟ ଗାଁ ରହିଛି, ଯାହା ସାନ୍ତା ଗାଁ ଭାବେ ପରିଚିତ। ଏହି ଗାଁରେ ଅଧିକ ଲମ୍ବା ଧଳା ଦାଢି ରଖିଥିବା ଲାଲ ବସ୍ତ୍ର ପିନ୍ଧିଥିବା ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ଲୋକେ ପ୍ରକୃତ ସାନ୍ତା ବୋଲି କହିଥାଆନ୍ତି। ଏହି ଗାଁର ବିଶେଷତ୍ୱ ହେଉଛି ଏଠାକୁ ଯିବା ମାତ୍ରେ କାଠରେ ନିର୍ମିତ ଝୁମ୍ପୁଡ଼ି ଘର ଦେଖିବାକୁ ମିଳିଥାଏ। ଏଠାକାର ପ୍ରତିଟି ଦୃଶ୍ୟ ପିଲାବେଳେ ଶୁଣିଥିବା କାହାଣୀର ଦୃଶ୍ୟ ପରି ଅନୁଭବ ହୋଇଥାଏ।
ଏହି ଗାଁରେ ଏପରି ଏକ ସ୍ଥାନ ରହିଛି, ଯେଉଁଠାରେ କେବଳ ସାନ୍ତା ଓ ତାଙ୍କ ପତ୍ନୀ ରହନ୍ତି। ଲାଲ ଓ ଧଳା ରଙ୍ଗରେ ସଜ୍ଜିତ ହୋଇଥିବା ଏକ ବିଶେଷ ଜିନିଷ ଦେଖାଯାଇଥାଏ। ତାହା ହେଉଛି ପିଲାଙ୍କ ରଙ୍ଗବେରଙ୍ଗର ଚିଠି। ଲୋକେ ଏଠାକୁ ଯାଇ ସାନ୍ତାଙ୍କୁ ଭେଟି ମଧ୍ୟ ଆସନ୍ତି।
ସାନ୍ତାଙ୍କ ଘର ନିକଟରେ ଏକ ପାର୍କ ରହିଛି। ଏହି ପାର୍କକୁ ମଧ୍ୟ ବହୁ ଲୋକେ ବୁଲିବା ପାଇଁ ଯାଇଥାଆନ୍ତି। ଏଠାକାର ୩ଟି ବିଶେଷତ୍ୱ ହେଉଛି ବରଫର ଝୁଲା, ବରଫ ଘର, ନିଆଁରେ ହାତ ସେକିବା ପାଇଁ ଏକ ସ୍ଥାନ।
ଏହି ସୁନ୍ଦର ମନୋରମ ସ୍ଥାନକୁ ବାସ୍ତବରେ ଦେଖିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ରୋବାନିଏମୀ ସହରକୁ ଯିବାକୁ ପଡ଼ିବ। ଏଠାରେ ପହଞ୍ଚିବାକୁ ଆପଣଙ୍କୁ ହେଲସିଙ୍କି ଯିବାକୁ ପଡ଼ିବ, ଯାହା ଫିନଲ୍ୟାଣ୍ଡର ରାଜଧାନୀ। ଫିନଲ୍ୟାଣ୍ଡରୁ ବିମାନରେ ହେଲସିଙ୍କି ଯାଇ ପାରିବେ। ଏହାପରେ ବସରେ ରୋବାନିଏମୀ ଯାଇପାରିବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories