ବୁର୍ଲା: ଆସନ୍ତା କାଲି ଅର୍ଥାତ୍ ଡିସେମ୍ବର ୨୬ ତାରିଖ ସକାଳେ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ସମଗ୍ର ଓଡ଼ିଶାରେ ଏହା ଆଂଶିକ ସୂର୍ଯ୍ୟପରାଗ ଭାବେ ଦେଖାଯିବ। ଏହି ପରାଗ ଓଡ଼ିଶାବାସୀଙ୍କ ପାଇଁ ପ୍ରାୟ ସକାଳ ୮ଟା ୨୦ ମିନିଟରେ ଆରମ୍ଭ ହୋଇ ଦିନ ୧୧ଟା ୨୮ ମିନିଟ ସମୟରେ ଶେଷ ହେବ। ୯ଟା ୪୬ ମିନିଟ ସମୟରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ। ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୮୮-୬୫% ଘୋଡ଼ାଇଦେବ ଓ ସୂର୍ଯ୍ୟର ଆଲୋକ ମଳିନ ପଡ଼ିବା ସହ ଏହା ଅଧା ଖଣ୍ଡିଆ ଦେଖାଯିବ। ତେବେ ଏହି ସମୟରେ ସୂର୍ଯ୍ୟକୁ ଖାଲି ଆଖିରେ ଦେଖିବା ଆଦୌ ଉଚିତ ନୁହେଁ। ଡ. ଏପିଜେ କଲାମ ପ୍ଲାନେଟାରିୟମ, ବୁର୍ଲା ପକ୍ଷରୁ ଲୋକମାନଙ୍କୁ ଏ ବିଷୟରେ ସଚେତନ କରାଯାଇଛି। ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ଡ. ଏପିଜେ କଲାମ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏଠାରେ ଦୂରବୀକ୍ଷଣ ମାଧ୍ୟମରେ ପ୍ରକ୍ଷେପଣ ଦ୍ୱାରା ଏହି ପରାଗ ଦେଖିବାର ବ୍ୟବସ୍ଥା କରାଯିବ।
ରାଜ୍ୟର ବିିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟାରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର କାର୍ଯ୍ୟ ମଧ୍ୟ କରୁଛନ୍ତି। ଅପର ପକ୍ଷରେ ୨୬ ତାରିଖ ପାଇଁ ପୂର୍ବାନୁମାନ କରାଯାଇଥିବା ମେଘୁଆ ପାଗ ପରାଗ ଦେଖିବାର ସମ୍ଭାବନାକୁ କ୍ଷୀଣ କରିଦେଉଛି।
୨୬ ଡିସେମ୍ବର ବିରଳ ବଳୟ ସୂର୍ଯ୍ୟପରାଗ: ଦେଖିବା ପାଇଁ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା
Popular Categories



