www.samajalive.in
Saturday, December 6, 2025
15.1 C
Bhubaneswar

ହୃଦୟସ୍ପର୍ଶୀ ବାତାବରଣ ସହ ଏଠାକାର ପ୍ରାକୃତିକ ପରିବେଶ କରିଥାଏ ମନକୁ ବିମୋହିତ

ବିଭିନ୍ନ ସ୍ଥାନକୁ ଭ୍ରମଣ ପାଇଁ ଯିବା ବହୁ ଲୋକଙ୍କ ସଉକ ଅଟେ। ବହୁ ସମୟରେ ସମୟ ଓ ଟଙ୍କା ଖର୍ଚ୍ଚର ଚିନ୍ତା ଭ୍ରମଣରେ ବାଧା ସୃଷ୍ଟି କରିଥାଏ। ମାତ୍ର ଏପରି କେତେକ ସ୍ଥାନ ରହିଛି, ଯେଉଁଠାକୁ ଆପଣ କମ ପଇସା ଖର୍ଚ୍ଚ କରି ଭ୍ରମଣର ବେଶ ମଜା ନେଇପାରିବେ। ଯଦି ଆପଣଙ୍କୁ ବନ୍ୟ ଜନ୍ତୁ ଓ ପ୍ରାକୃତିକ ପରିବେଶ ପସନ୍ଦ ତେବେ ଆପଣଙ୍କୁ ଏହି ସ୍ଥାନ ବେଶ ପସନ୍ଦ ଆସିବ।
କାଞ୍ଜିବରମ ରାଷ୍ଟ୍ରୀୟ ଉଦ୍ୟାନରେ ବହୁ ପ୍ରକାରର ଜୀବଜନ୍ତୁ ଦେଖିବାକୁ ମିଳିଥାଏ। ଏଠାରେ ଖୁବ ବଡ଼ ଶିଙ୍ଗ ଥିବା ମଇଁଷି ଓ ସମ୍ପୂର୍ଣ୍ଣ ବିଶ୍ୱରେ ଅଧିକ ସଂଖ୍ୟାରେ ଗଣ୍ଡା ଦେଖିବାକୁ ମିଳିଥାଏ। ବାଘ ମଧ୍ୟ ଏଠାରେ ଅଧିକ ସଂଖ୍ୟାରେ ରହିଛନ୍ତି। ହାତୀ ଓ ଅନ୍ୟାନ୍ୟ ଜୀବଜନ୍ତୁ ମଧ୍ୟ ଦେଖିବାକୁ ମିଳେ। ଏଠାରେ ଖୁବ ସୁନ୍ଦର ସୁନ୍ଦର ପୁଷ୍ପ ମନକୁ ବିମୋହିତ କରିଥାଏ।
ହିମାଚଳପ୍ରଦେଶର କାଙ୍ଗଡ଼ା ଘାଟି ନିଜର ସୁନ୍ଦରତା ଓ ଶସ୍ୟଶ୍ୟାମଳା ପରିବେଶ ପାଇଁ ସମଗ୍ର ଦେଶରେ ବେଶ ପରିଚିତ। ଏଠାକାର ପାହାଡ଼ ଉପରକୁ ମଧ୍ୟ ବହୁ ଲୋକ ପଦଯାତ୍ରା କରି ଯାଇଥାଆନ୍ତି ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବେଶ ଉପଭୋଗ କରିଥାଆନ୍ତି।
କେତେକ ପାହାଡ଼କୁ ବସ କିମ୍ବା କାରରେ ମଧ୍ୟ ଯାଇପାରିବେ। ଏଠାରେ ଥିବା ଯୋଗ ଓ ମେଡ଼ିଟେସନ ସେଣ୍ଟରକୁ ବୁଲିବାକୁ ମଧ୍ୟ ପର୍ଯ୍ୟଟକ ମାନେ ଯାଇଥାଆନ୍ତି। ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ସଂଖ୍ୟାରେ ପର୍ଯ୍ୟଟକ ଯାଇଥାଆନ୍ତି। ଏଠାକାର ବାତାବରଣ ହୃଦୟସ୍ପର୍ଶୀ ଅଟେ। ବହୁ ଲୋକେ ପରିବାର ସହ ଏଠାକୁ ଆସି ଖୁସିରେ ସମୟ ଅତିବାହିତ କରିଥାଆନ୍ତି।
ସେହିପରି ଧର୍ମର ନଗରୀ ବାରାଣାସୀକୁ ମଧ୍ୟ ଭ୍ରମଣ ପାଇଁ ଯାଇ ପାରିବେ। ଏଠାରେ ଅସଂଖ୍ୟ ମନ୍ଦିର ଓ ଗଙ୍ଗା ନଦୀର କୂଳ ମନକୁ ଖୁବ ଶାନ୍ତି ପ୍ରଦାନ କରିଥାଏ। ସକାଳ ଓ ସନ୍ଧ୍ୟାରେ ଗଙ୍ଗାଙ୍କ ଆଳତୀର ମଧ୍ୟ ଆନନ୍ଦ ନେଇପାରିବେ। ଖାଦ୍ୟପ୍ରେମୀମାନଙ୍କ ପାଇଁ ଏଠାରେ ବହୁ ଖାଦ୍ୟ ମଧ୍ୟ ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories