www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେରକ କଥା ; ଧନରେ ଲୋଭାସକ୍ତ ହୋଇ ଭବିଷ୍ୟତ ଚିନ୍ତା କରି ବର୍ତ୍ତମାନକୁ ନଷ୍ଟ କରନ୍ତୁ ନାହିଁ

ପୁରୁଣା ଲୋକ କଥା ଅନୁଯାୟୀ ଜଣେ ଧନୀ ବେପାରୀ ଥିଲେ। ତାଙ୍କ ନିକଟରେ ଅଜସ୍ର ଧନସମ୍ପତ୍ତି ଥିଲା। ଦିନେ ସେ ନିଜ ସମ୍ପତ୍ତିର ଆକଳନ କରିବା ପରେ ଜାଣିବାକୁ ପାଇଲେ ଯେ, ତାଙ୍କର ଯେତେ ସମ୍ପତ୍ତି ରହିଛି, ଆଗାମୀ ସାତ ପିଢି ତାହାକୁ ଭୋଗ କରିପାରିବେ। ଏହାପରେ ସେ ହଠାତ ଚିନ୍ତା କଲେ ଯେ,ସପ୍ତମ ପିଢି ପରେ ଅଷ୍ଟମ ପିଢି କିପରି ସମ୍ପତ୍ତି ପାଇପାରିବେ। ଏପରି ଚିନ୍ତା କରି ସେ ଜଣେ ସନ୍ଥଙ୍କ ନିକଟକୁ ଗଲେ।
ସେ ସନ୍ଥଙ୍କୁ କହିଲେ ମହାଶୟ ମୋ ନିକଟରେ ଥିବା ସମ୍ପତ୍ତି କେବଳ ସପ୍ତମ ପିଢି ପାଇଁ ରହିଛି, ମାତ୍ର ଅଷ୍ଟମ ପିଢି ପାଇଁ ନାହିଁ। ସେମାନଙ୍କୁ କିଭଳି ଖୁସି ପ୍ରାପ୍ତି ହେବ। କୃପା କରି ମୋ ଚିନ୍ତାର ନିବାରଣ କରନ୍ତୁ ବୋଲି ବେପାରୀ ଜଣକ କହିଲେ। ଏହା ଶୁଣି ସନ୍ଥ ଜଣକ ଉତ୍ତର ଦେଲେ, ଏହି ଗାଁରେ ଜଣେ ବୃଦ୍ଧା ଅଛନ୍ତି। ସେ ଦିନକୁ ୨ଥର ମଧ୍ୟ ଖାଦ୍ୟ ଖାଇବାକୁ ଅସମର୍ଥ। ତାଙ୍କୁ ଦୁଇ କିଲୋ ଅଟା ଦେଇ ଆସ। ଏହି ଛୋଟ କାର୍ଯ୍ୟ କରିବା ଦ୍ୱାରା ତୁମ ସମସ୍ୟା ଦୂର ହୋଇଯିବ। ଏହା ଶୁଣିବା ପରେ ବେପାରୀ ଜଣକ ନିଜ ଘରକୁ ଯାଇ ଏକ ବସ୍ତା ଆଣି ସେହି ବୃଦ୍ଧାଙ୍କୁ ଦେଲେ ଓ କହିଲେ ଦୟାକରି ଏହାକୁ ଗ୍ରହଣ କରନ୍ତୁ। ଏହାଶୁଣି ବୃଦ୍ଧା ଜଣକ କହିଲେ ଆଜି ମୋ ପାଖରେ ଅଟା ଅଛି, ତେଣୁ ମୋତେ ଏହାର ଆବଶ୍ୟକତା ନାହିଁ। ଏହାଶୁଣି ବେପାରୀ ଜଣକ କହିଲେ ଦୟାକରି ଏହାକୁ ଗ୍ରହଣ କରି ନିଅନ୍ତୁ, ଆପଣଙ୍କୁ କିଛି ଦିନ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ବୃଦ୍ଧା ଜଣକ ପୁଣି କହିଲେ ମୁଁ ଏହାକୁ ରଖି କ’ଣ କରିବି, ଆଜି ପାଇଁ ମୋ ଖାଦ୍ୟର ବ୍ୟବସ୍ଥା ହୋଇଯାଇଛି।
ଏହାଶୁଣି ପୁଣି ବେପାରୀ ଜଣକ କହିଲେ, ସମ୍ପୂର୍ଣ୍ଣ ନରଖିଲେ ମଧ୍ୟ ଅଳ୍ପ କିଛିଟା ରଖି ଦିଅନ୍ତୁ। କାଲି ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଏହ ଶୁଣି ବୃଦ୍ଧା ଜଣକ ଉତ୍ତର ଦେଲେ ମୁଁ କାଲି ପାଇଁ କଦାପି ଚିନ୍ତା କରେ ନାହିଁ। ଯେପରି ଆଜି ଖାଦ୍ୟ ମିଳିଛି, ସେପରି କାଲି ମଧ୍ୟ ମିଳିବ। ଏହା ଶୁଣି ବେପାରୀ ଜଣକ ବୁଝି ପାରିଲେ ଯେ,ଏହି ବୃଦ୍ଧା ଜଣକ ନିକଟରେ କାଲି ପାଇଁ ଖାଦ୍ୟ ନାହିଁ, ତଥାପି ସେ ଚିନ୍ତା କରୁ ନାହିଁ। ମାତ୍ର ମୋ ନିକଟରେ ଅଜସ୍ର ସମ୍ପତ୍ତି ରହିଛି, ମୁଁ କେଉଁ କାରଣ ପାଇଁ ବୃଥା ଚିନ୍ତା କରୁଛି। ଏହି ଚିନ୍ତାକୁ ତ୍ୟାଗ କରିବା ଉଚିତ।
ଶିକ୍ଷା ; ଆମକୁ ଆଗାମୀ ଦିନର ଚିନ୍ତା କରି ବର୍ତ୍ତମାନକୁ ନଷ୍ଟ କରିବା ଉଚିତ ନୁହେଁ। ଅଧିକାଂଶ ଲୋକେ ଭବିଷ୍ୟତ ପାଇଁ ବହୁ ପରିମାଣରେ ଧନ ସଞ୍ଚୟ କରି ରଖନ୍ତି, ମାତ୍ର ନିଜ ବର୍ତ୍ତମାନ ସମୟରେ ଚିନ୍ତାଗ୍ରସ୍ତ ରହିଥାଆନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories