www.samajalive.in
Saturday, December 6, 2025
26.1 C
Bhubaneswar

ରାହୁଲଙ୍କ ଘୋଷଣା; କଂଗ୍ରେସ ଅଧ୍ୟକ୍ଷ ପଦବୀରେ ରହିବାକୁ ଚାହୁଁନି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦବୀରେ ରହିବେ ନାହିଁ ବୋଲି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି। ବୁଧବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଲୋକସଭା ସଂସଦୀୟ ଦଳ ବୈଠକ ବସିଥିଲା। ଏଥିରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ୫୧ ସାଂସଦ ଉପସ୍ଥିତ ଥିଲେ। ସେମାନେ ରାହୁଲଙ୍କୁ ଇସ୍ତଫା ଦେବାର ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ଅନୁରୋଧ କରିଥିଲେ। କିନ୍ତୁ ରାହୁଲ ତାହା ଶୁଣି ନ ଥିଲେ। ସେ କଂଗ୍ରେସ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁ ନ ଥିବା କହିଥିଲେ।

ଏହା ସହିତ ଇସ୍ତଫାକୁ ନେଇ ରାହୁଲ ପ୍ରଥମ ଥର ପାଇଁ ଗଣମାଧ୍ୟମରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଆଜିର ବୈଠକରେ ମୁଁ ଅଧ୍ୟକ୍ଷ ପଦକୁ ନେଇ ରହିଥିବା ମୋର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ମୁଁ ଅଧ୍ୟକ୍ଷ ଭାବେ ରହିବାକୁ ଚାହୁଁନାହିଁ। କଂଗ୍ରେସ ସାଂସଦ ଶଶି ଥରୁର ଏବଂ ମନୀଷ ତିୱାରୀ ରାହୁଲଙ୍କୁ ଅଧ୍ୟକ୍ଷ ରହିବା ଲାଗି ଯୁକ୍ତି ବାଢ଼ିଥିଲେ। ଦଳର ପରାଜୟର କାରଣ କେବଳ ଆପଣ ନୁହନ୍ତି, ବରଂ ସାମୁହିକ ଦାୟିତ୍ଵ। କିନ୍ତୁ ରାହୁଲ ପରାଜୟ ପାଇଁ ନିଜକୁ ଦାୟୀ କରି ଇସ୍ତଫା ଦେବାର ନିଷ୍ପତ୍ତିକୁ ପୁଣି ଥରେ ଦୋହରାଇଥିଲେ। ଅନ୍ୟପଟେ ଯୁବ କଂଗ୍ରେସର ସଦସ୍ୟମାନେ ରାହୁଲଙ୍କୁ ଭେଟିବା ଲାଗି ତାଙ୍କ ବାସଭବନ ସମ୍ମୁଖରେ ଏକତ୍ର ହୋଇଛନ୍ତି। ସେମାନେ ରାହୁଲଙ୍କୁ ଇସ୍ତଫା ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ସେପଟେ ବହୁ ସମର୍ଥକ ରାସ୍ତାକୁ ଆସି ରାହୁଲଙ୍କୁ ଦଳର ଅଧ୍ୟକ୍ଷ ରହିବା ଲାଗି ନିବେଦନ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories