www.samajalive.in
Sunday, December 7, 2025
14.1 C
Bhubaneswar

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ପ୍ରସିଦ୍ଧ ‘ବିନସର’

ବହୁ ଲୋକଙ୍କୁ ଶାନ୍ତ ପରିବେଶ ଥିବା ସ୍ଥାନକୁ ଭ୍ରମଣ ପାଇଁ ଯିବାକୁ ବେଶ ପସନ୍ଦ କରିଥାଆନ୍ତି। ସେଭଳି ଏକ ସ୍ଥାନ ହେଉଛି ଉତ୍ତରାଖଣ୍ଡର ବିନସର। ଏହି ସ୍ଥାନ ନିଜର ଅଦ୍ଭୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ପାଇଁ ଖୁବ ପ୍ରସିଦ୍ଧ। ପାହାଡ଼ ପର୍ବତ, ସବୁଜ ଶ୍ୟାମଳା ଭରା ପରିବେଶ ଓ ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ ସ୍ୱର୍ଗ ସଦୃଶ। ଏଠାକାର ଘଞ୍ଚ ଦେବଦାରୁ ଜଙ୍ଗଲ ମଧ୍ୟରୁ ହିମାଳୟ ପର୍ବତର ସୁନ୍ଦର ଦୃଶ୍ୟ ଦୃଶ୍ୟମାନ ହୋଇଥାଏ। ଏଠାରେ ଥିବା ଉପତ୍ୟକା ଚକ୍ଷୁକୁ ଅଦ୍ଭୁତ ଶାନ୍ତି ପ୍ରଦାନ କରିଥାଏ। ବିନସର ଠାରୁ ହିମାଳୟର କେଦାରନାଥ, ଚୌଖମ୍ବା, ତ୍ରିଶୁଲ୍‍ , ନନ୍ଦା ଦେବୀ, ନନ୍ଦାକୋଟ ଆଦିର ଦୃଶ୍ୟ ଦେଖାଯାଏ। ଏହି ଦୃଶ୍ୟ ମନରେ ସର୍ବଦା ସ୍ମରଣୀୟ ଅନୁଭୂତି ହୋଇରହିଥାଏ।
ବିନସରର ଜଙ୍ଗଲରେ ନିକଟରେ ଥିବା ଅଭୟାରଣ୍ୟରେ ଅଧିକାଂଶ ଚିତାବାଘ ଦେଖାଯାଆନ୍ତି। ଚିତାବାଘ ବ୍ୟତୀତ ହରିଣ, ୨୦୦ ଠାରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ଦେଖାଯାଆନ୍ତି।
ବର୍ଷର ଯେକୌଣସି ସମୟରେ ମଧ୍ୟ ଆପଣ ଏଠାକୁ ଭ୍ରମଣ ପାଇଁ ଯାଇପାରିବେ। ଏଠାକୁ ପର୍ଯ୍ୟଟକମାନେ ଭ୍ରମଣ ପାଇଁ ଯିବାକୁ ବେଶ ପସନ୍ଦ କରିବା ସହ ମାନସିକ ଶାନ୍ତି ପାଇଥାଆନ୍ତି।
ଦିଲ୍ଲୀ ଠାରୁ ବିନସର ପ୍ରାୟ ୩୯୦ କିମି ଦୂରରେ ଅବସ୍ଥିତ। ସବୁଠାରୁ ନିକଟତମ ବିମାନବନ୍ଦର ହେଉଛି ପନ୍ତନଗର। ପନ୍ତନଗର ବିନସର ଠାରୁ ପ୍ରାୟ ୧୫୨ ଦୂରରେ ଅବସ୍ଥିତ। କାଠଗୋଦାମ ବିନସର ନିକଟତମ ରେଳ ଷ୍ଟେସନ। ଏହାର ଦୂରତା ପ୍ରାୟ ୧୨୦ କିମି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories