www.samajalive.in
Sunday, December 14, 2025
26.1 C
Bhubaneswar

ବୁଲିବା ପାଇଁ ଯାଆନ୍ତୁ ନୃସିଂହନାଥ

ପଶ୍ଚିମ ଓଡ଼ିଶା ବରଗଡ଼ ଜିଲାର ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ଥିବା ନୃସିଂହନାଥ ପୀଠ ହେଉଛି ଏକ ପ୍ରଧାନ ପର୍ଯ୍ୟଟନସ୍ଥଳୀ। ଏଠାରେ ଗଛଲତା, ଉଚ୍ଚ ପାହାଡ଼ ସହ ଜଳପ୍ରପାତର ଜଳରାଶି ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରେ।ବରଗଡ଼ରୁ ସୋହେଲା, ସେଠାରୁ ପଦ୍ମପୁର ଯାଇ ଘେଁସରେ ପହଞ୍ଚିବା ପରେ ସେହି ସ୍ଥାନରୁ ପାଇକମାଳ ରାସ୍ତାରେ ଗଲେ ନୃସିଂହନାଥରେ ପହଞ୍ଚିପାରିବା। ଏହି ରାସ୍ତାରେ ଯିବା ସମୟରେ ଦୁଇ ପାଖରେ ସବୁଜ ବନାନୀର ସୁନ୍ଦର ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରେ। କିଛି ବାଟ ଗଲା ପରେ ପଡ଼ିବ ଅପରୂପା ପ୍ରକୃତିର ଗନ୍ତାଘର ଗନ୍ଧମାର୍ଦ୍ଦନ ପର୍ବତ। ଔଷଧୀୟ ବୃକ୍ଷରେ ଭରପୁର ଏହି ଗନ୍ଧମାର୍ଦ୍ଦନ ପର୍ବତ। ଏହି ପର୍ବତର ପାଦଦେଶରେ ରହିଛି ନୃସିଂହନାଥ ମନ୍ଦିର। ଏହି ମନ୍ଦିରରେ ପ୍ରଭୁଙ୍କ ରୂପ ଭିନ୍ନ ଧରଣର ଅଟେ। ଏଠାରେ ପ୍ରଭୁଙ୍କ ଶରୀର ସିଂହଭଳି। ବହୁ ପୁରାତନ କାଳରୁ , ଏଠାରେ ପ୍ରଭୁ ପୂଜା ପାଇ ଆସୁଛନ୍ତି।
ଐତିହାସକଙ୍କ ମତରେ ପାଟଣାଗଡ଼ର ରାଜା ବୈଜଲ ଦେବ ୧୪୧୩ରେ ଏହି ସୁନ୍ଦର ମନ୍ଦିର ନିର୍ମାଣ କରିଥିଲେ। ପୁରାତନ ଶିଳ୍ପକଳାର ନିଦର୍ଶନ ସହ ଓଡ଼ିଆ କାରିଗରର ଶିଳ୍ପଚାତୁରୀ ଏଠାରେ ଦେଖିବାକୁ ମିଳେ। ବିଭିନ୍ନ ଦେବାଦେବୀ, ପଶୁପକ୍ଷୀ, ନର୍ତ୍ତକୀ, କ୍ଷୁଦ୍ରକାୟ ମଣିଷ, ଗାନରତ ବ୍ୟକ୍ତିଙ୍କର ନିଖୁଣ ମୂର୍ତ୍ତୀ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏଠାରେ ପ୍ରସାଦ ଖାଇବାକୁ ଭକ୍ତଙ୍କ ବେଶ ଭିଡ଼ ଜମିଥାଏ।
ବୈଶାଖ ମାସ ଶୁକ୍ଳପକ୍ଷ ଚତୁର୍ଦଶୀ ଦିନକୁ ନୃସିଂହନାଥଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ। ସେହି ସମୟରେ ଏଠାରେ ବିରାଟ ମେଳାର ଆୟୋଜନ କରାଯାଇଥାଏ। ଏହି ମେଳା ଦଶମୀ ତିଥିରୁ ଆରମ୍ଭ ହୋଇ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲେ।
ନୃସିଂହନାଥ ପୀଠର ଅନ୍ୟ ଏକ ଆକର୍ଷଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ଝରଣା। ଏହାକୁ ପାପହାରିଣୀ ମଧ୍ୟ କୁହାଯାଏ। ଏଠାରେ ସ୍ନାନ କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି।
ଏହାର ନିକଟତମ ଆଉ ଏକ ସ୍ଥାନ ହେଉଛି ଭୀମଧାର। ଏହାର ଜଳରାଶି ଗୋଟିଏ ସରଳରେଖା ପରି ଲମ୍ଫ ଦେଇ ତଳକୁ ଖସିଥାଏ। କିଛି ବାଟ ଯିବା ପରେ ପଡ଼ିବ ତ୍ରିଦେବ ଘାଟ। ରାସ୍ତାରେ ବଡ଼ ବଡ଼ ଗଛଲତା ସହ ବଡ଼ ବଡ଼ ପଥର ଖଣ୍ଡର ବିଶାଳ ଶରୀର।
ଝରଣାର ଗୋଟିଏ ପାର୍ଶ୍ବରେ ଦେବ ଦେବ ମହାଦେବ ବିରାଜମାନ ଥିବା ବେଳେ ଅନ୍ୟପଟେ ପାଳନ କର୍ତ୍ତା ବିଷ୍ଣୁ ଏବଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ତେଣୁ ଏହି ସ୍ଥାନରେ ତ୍ରିଦେବଙ୍କୁ ଦର୍ଶନ କରି ଜଳ ଅର୍ପଣ କଲେ ପୁଣ୍ୟ ମିଳିବା ସହ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।
ଏହି ସ୍ଥାନରୁ ଅନେକ ଦୂରରେ ରହିଛି କପିଳଧାରର ଝରଣା। ଏହାର ସୌନ୍ଦର୍ଯ୍ୟ ବେଶ ନିଆରା ଅଟେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories